ବାନ୍ଧବୀଙ୍କୁ ମାଡ଼ମାରିବା ମହଙ୍ଗା ପଡ଼ିଲା, ଥାନାରେ ଯୁବକ ଅଟକ

ଭୁବନେଶ୍ବର : ବାନ୍ଧବୀଙ୍କୁ ହୋଟେଲକୁ ଡାକି ମାଡ଼ ମାରିବା ଅଭିଯୋଗରେ ଜଣେ ଯୁବକକୁ ନୂଆପଲ୍ଲୀ ଥାନା ପୁଲିସ ଅଟକ ରଖିଛି।

ଖବର ଅନୁଯାୟୀ, ଗତକାଲି ଅପରାହ୍ନରେ ନୂଆପଲ୍ଲୀରେ ଥିବା ଏକ ହୋଟେଲକୁ ଯୁବକଜଣକ ତାଙ୍କ ବାନ୍ଧବୀଙ୍କୁ ଡାକିଥିଲେ। ଯୁବକ ଜଣକ ନିଶାସକ୍ତ ଅବସ୍ଥାରେ ଥିବାରୁ ସାମାନ୍ୟ କଥାକୁ କେନ୍ଦ୍ର କରି ଯୁବତୀଙ୍କୁ ନିସ୍ତୁକ ପିଟିଥିଲେ। ପରେ ଯୁବତୀ କାକୁତି ମିନତି ହୋଇ ଛାଡ଼ିଦେବାକୁ ଯୁବକଙ୍କୁ ନେହୁରା ହୋଇଥିଲେ। ଯୁବକ ତାଙ୍କୁ ଛାଡ଼ିବା ପରେ ଗତକାଲି ଯୁବତୀଜଣକ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ।

ଗୁରୁବାର ସନ୍ଧ୍ୟାରେ ଯୁବତୀ ଥାନାକୁ ମାମଲା ବିଷୟରେ ବୁଝିବା ପାଇଁ ଆସିଥିବା ବେଳେ ସଂପୃକ୍ତ ଯୁବକ ସହ ଥାନା ନିକଟରେ ଦେଖା ହୋଇଥିଲେ। ଥାନାରେ କାହିଁକି ଅଭିଯୋଗ କଲୁ କହି ଯୁବକ ରାସ୍ତା ଉପରେ ପୁଣି ଯୁବତୀଙ୍କୁ ପିଟିଥିଲେ। ତେଣୁ ନୂଆପଲ୍ଲୀ ଥାନା ପୁଲିସ ଯୁବକକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର