ସ୍ତ୍ରୀକୁ ମାଡ଼, ୪ବର୍ଷର ଶିଶୁକନ୍ୟାକୁ ହତ୍ୟା ଉଦ୍ୟମ, ଯୁବକ ଗିରଫ

ଭୁବନେଶ୍ବର : ସ୍ତ୍ରୀକୁ ନିସ୍ତୁକ ମାଡ଼ ମାରିବା ସହ ୪ ବର୍ଷର ଶିଶୁକନ୍ୟାକୁ ତଣ୍ଟି ଚିପି ହତ୍ୟା ଉଦ୍ୟମ ଅଭିଯୋଗରେ ଭରତପୁର ଥାନା ପୁଲିସ ଶ୍ୟାମପୁରର ଅମରେଶ ସାହୁ (୩୮)କୁ ଗିରଫ କରିଛି।

ପ୍ରାୟ ୫ବର୍ଷ ତଳେ ବାରଙ୍ଗର ଅମରେଶଙ୍କୁ ରାଜଲକ୍ଷ୍ମୀ ବିବାହ କରିଥିଲେ। ବିବାହର କିଛି ଦିନ ପରେ ବାପଘରୁ ଅଧିକ ଯୌତୁକ ଆଣିବା ପାଇଁ ରାଜଲକ୍ଷ୍ମୀଙ୍କ ଉପରେ ବାରମ୍ବାର ଚାପ ପକାଇଥିଲେ ଅମରେଶ। କିନ୍ତୁ ଏଥିରେ ଅରାଜି ହେବାରୁ ସେମାନଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଥିଲା। ଅମରେଶ ଛୋଟ ଛୋଟ କଥାକୁ କେନ୍ଦ୍ର କରି ରାଜଲକ୍ଷ୍ମୀଙ୍କୁ ମାଡ଼ ମାରୁଥିଲେ। ଆଜି ସକାଳୁ ଏହି ଘଟଣାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହା ଉଗ୍ରରୂପ ନେବାରୁ ଅମରେଶ ଏଥିରେ ଉତ୍‌କ୍ଷିପ୍ତ ହୋଇ ରାଜଲକ୍ଷ୍ମୀଙ୍କୁ ମାଡ଼ ମାରିବା ସହ ନିଜର ୪ବର୍ଷର ଶିଶୁକନ୍ୟାକୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲେ। ତେବେ କୌଶଳକ୍ରମେ ରାଜଲକ୍ଷ୍ମୀ ଖସି ଆସି ବସ୍ତିଲୋକଙ୍କୁ ଡାକ ପକାଇବାରୁ ଘଟଣା ପଦାକୁ ଆସିଥିଲା ଓ ବସ୍ତିଲୋକ ତାଙ୍କ ଝିଅକୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର