ଭୁବନେଶ୍ୱର : ଝରକା ତାଡ଼ି ମହିଳାଙ୍କ ଘରୁ ଚୋରି ଘଟଣାର ଅଭିଯୁକ୍ତକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୁଲିସ। ଗିରଫ ଅଭିଯୁକ୍ତ ହେଉଛି ଝରଣା ବସ୍ତିର ଗଜେନ୍ଦ୍ର ପରିଡ଼ା। ତା’ଠାରୁ ଦୁଇ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ କରାଯାଇଛି। ଗତ ୨୭ ତାରିଖ ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଅଧୀନ ଝରଣା ବସ୍ତିରେ ରହୁଥିବା ଲିପି ସିଂଙ୍କ ଘର ଝରକା ତାଡ଼ି ସେ ୨ଲକ୍ଷ ଟଙ୍କାର ସୁନା ଗହଣା ନେଇ ଯାଇଥିଲା। ଗତକାଲି ଏ ନେଇ ଲିପି ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ମଞ୍ଚେଶ୍ୱର ଥାନା ପୁଲିସ ଆଜି ଅଭିଯୁକ୍ତକୁ ଗିରଫ କରିବା ସହ ତା’ଠାରୁ ଏକ ସୁନା ମଙ୍ଗଳସୂତ୍ର, ଚେନ୍, ଦୁଇଟି ମୁଦି, ଦୁଇଟି କାନ ଫୁଲ ଓ ସୁନା ଚୁଡ଼ି ଜବତ କରିଛି।
୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ, ଯୁବକ ଗିରଫ
/sambad/media/post_attachments/wp-content/uploads/2020/07/arrest-a.jpg)