ବନ୍ଧୁଙ୍କ ୧୦ ଲକ୍ଷ ଚଳୁ, ଯୁବକ ଗିରଫ

ଭୁବନେଶ୍ବର : ବ୍ୟବସାୟ କରିବା ପାଇଁ ଜଣେ ବନ୍ଧୁଙ୍କଠାରୁ ୧୦ ଲକ୍ଷ ଟଙ୍କା ନେଇ ଠକିବା ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ପିପିଲି ଗୁଡ଼ିଆପୋଖରୀ ଅଞ୍ଚଳର ବିକାଶ କୁମାର ମୁଦୁଲି। ପୁଲିସ ସୂଚନା ଅନୁସାରେ, ମଞ୍ଚେଶ୍ବର ଥାନା ଭାଗବତ ସନ୍ଧାନରେ ରହୁଥିବା ବ୍ୟବସାୟୀ ସନ୍ତୋଷ କୁମାଲ ମଲ୍ଲିକଙ୍କ ସହ ବିକାଶର ପ୍ରାୟ ବର୍ଷେ ତଳେ ବନ୍ଧୁତା ହୋଇଥିଲା। ବିକାଶ ବ୍ୟବସାୟ କରିବା ଲାଗି ସନ୍ତୋଷଙ୍କଠାରୁ ୧୦ ଲକ୍ଷ ଟଙ୍କା ନେଇଥିଲା। ଏ ନେଇ ଚୁକ୍ତିପତ୍ର ମଧ୍ୟ ହୋଇଥିଲା। କିନ୍ତୁ ବିକାଶ ଟଙ୍କା ନ ଫେରାଇ ଧମକଚମକ ଦେଇଥିବା ସନ୍ତୋଷ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର