ଯୁବତୀଙ୍କୁ ଗାଡ଼ିରୁ ଠେଲି ଯୁବକ ଗିରଫ

ଭୁବନେଶ୍ୱର : ଜଣେ ଯୁବତୀଙ୍କୁ ଗାଡ଼ିରୁ ଠେଲିଦେଇ ଗିରଫ ହୋଇଛି ଯୁବକ। ଗିରଫ ଅଭିଯୁକ୍ତ ଜଣକ ହେଲା ପୁରୁଣା ଭୁବନେଶ୍ବର ବିନ୍ଦୁସାଗର ନିକଟ ଧର୍ମଶଳାରେ ରହୁଥିବା ଶିବ ପ୍ରସାଦ ପଣ୍ଡା(୨୦)।

ସୂଚନା ମୁତାବକ, ଫେସ୍‌ବୁକ୍‌ରେ ଶିବ ଓ ପିପିଲି ଅଞ୍ଚଳର ଉକ୍ତ ଯୁବତୀଙ୍କ ମଧ୍ୟରେ ପ୍ରେମ ହେଲା। ଉଭୟ ଦେଖା ହେବା ପରେ ଦିନ ତମାମ ଗାଡ଼ିରେ ଗଳିକନ୍ଦି ବୁଲିଲେ। ଖାଇଲେ ପିଇଲେ ନିଛାଟିଆ ସ୍ଥାନରେ ଗପ କଲେ। ହେଲେ ରାତି ହେବାରୁ ଯୁବତୀ ଜଣକ ଯୁବକଙ୍କ ସହ ତାଙ୍କ ଘରକୁ ଯିବାକୁ ଜିଦ୍‌ କଲେ। ଏଥିରେ ରାଗି ଯାଇ ଶିବ ଯୁବତୀଙ୍କୁ ଗାଡ଼ିରୁ ଭିଡ଼ି ଫୋଫାଡ଼ି ଦେଲା। ଏୟାରଫିଲ୍‌ଡ ଥାନା ଅଧୀନ ଏକାମ୍ର କଲେଜ୍‌ ନିକଟରେ ଯୁବତୀଙ୍କୁ ଫିଙ୍ଗି ଶିବ ଚମ୍ପଟ ମାରିଲା। ଏପଟେ ମୁଣ୍ଡରେ ଆଘାତ ଲାଗିବାରୁ ରକ୍ତାକ୍ତ ଅବସ୍ଥାରେ ଯୁବତୀ ଜଣକ ଥାନାର ଦ୍ବାରସ୍ଥ ହେଲେ। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ପୁଲିସ ଆଜି ଶିବକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର