ଭୁବନେଶ୍ବର : ମହିଳାଙ୍କୁ ଦୁଷ୍କର୍ମ କରିବା ସହ ପୁନର୍ବାର ସଂପର୍କ ରଖିବାକୁ ବ୍ଲାକମେଲ୍ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା, ଚନ୍ଦକା ଅଞ୍ଚଳର ପ୍ରକାଶ ଚନ୍ଦ୍ର ମହାରାଣା(୨୪)। କିଛି ଦିନ ତଳେ ପ୍ରକାଶ ସାମାଜିକ ଗଣମାଧ୍ୟମରେ ନୂଆପଲ୍ଲୀ ଅଞ୍ଚଳର ଜଣେ ମହିଳାଙ୍କ ସହ ବନ୍ଧୁତା କରିଥିଲା। ଲଗାତାର କଥାବାର୍ତ୍ତାରୁ ଉଭୟଙ୍କ ମଧ୍ୟରେ ସଂପର୍କ ଘନିଷ୍ଠ ହୋଇଥିଲା। ଏହି ଆଳରେ ପ୍ରକାଶ ମହିଳାଙ୍କ ଘରକୁ ବୁଲି ଆସିଥିଲା। ସେତେବେଳେ ଘରେ ସ୍ବାମୀ ନଥିବା ସୁଯୋଗରେ ସେ ମହିଳାଙ୍କୁ ଦୁଷ୍କର୍ମ କରିଥିଲା। ସେହି ସମୟର କିଛି ଦୃଶ୍ୟକୁ ମଧ୍ୟ ସେ ନିଜ ମୋବାଇଲ କ୍ୟାମେରାରେ କଏଦ୍ କରି ନେଇଥିଲା। ଏହାପରେ ସେ ସେହି ଦୃଶ୍ୟକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବାର ଭୟ ଦେଖାଇ ପୁନର୍ବାର ସଂପର୍କ ରଖିବାକୁ ମହିଳାଙ୍କୁ ବ୍ଲାକମେଲ୍ କରୁଥିଲା। ଏ .ନେଇ ମହିଳାଜଣଙ୍କ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।
ଭୁବନେଶ୍ବର : ମହିଳାଙ୍କୁ ଦୁଷ୍କର୍ମ ବେଳର ଭିଡିଓ ଭାଇରାଲ୍ କରିବା ଧମକ ଦେଇ ସୋସିଆଲ୍ ମିଡିଆ ବନ୍ଧୁ ଗିରଫ
/sambad/media/post_attachments/wp-content/uploads/2019/11/Youth-Arrested-For-Blackmailing_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)