ଭୁବନେଶ୍ୱର: ଭୁବନେଶ୍ବର ନୟାପଲ୍ଲୀ ଥାନାଠାରୁ ମାତ୍ର ୨ଶହ ମିଟର ଦୂରରେ ଥିବା ଏକ ହୋଟେଲରେ ଦୁଇ ଯୁବକ ଲଙ୍କାକାଣ୍ଡ ଭିଆଇଛନ୍ତି। ଅଭିଯୋଗ ଆଧାରରେ ନୟାପଲ୍ଲୀ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ନିଶାଶକ୍ତ ଦୁଇ ଅଭିଯୁକ୍ତ ଯୁବକ ଭୋଇ ସାହି ଛକରେ ଥିବା ହୋଟେଲରେ ପଶି ଜୋର୍ ଜବରଦସ୍ତି ଖାଦ୍ୟ ଖାଇଥିଲେ । ହୋଟେଲ ମାଲିକାଣୀ ପ୍ରତିବାଦ କରିବାରୁ ତାଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ।
ହୋଟେଲ କର୍ମଚାରୀଙ୍କୁ ଭୋଇ ସାହି ପିଲାଙ୍କୁ ଲଗାଇ ନିସ୍ତୁକ ମାଡ଼ ମଧ୍ୟ ମାରିଥିଲେ । ଏନେଇ ନୟାପଲ୍ଲୀ ଥାନାରେ ହୋଟେଲ ପକ୍ଷରୁ ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)