ପ୍ରେମିକା ଜୀବନ ହାରିବା ସ୍ଥାନରେ ପ୍ରେମିକର ଆତ୍ମହତ୍ୟା ଉଦ୍ୟମ

ଚନ୍ଦ୍ର‌ଶେଖରପୁର : ପ୍ରେମ ବିବାହରେ ବିଫଳ ହୋଇ ମାସକ ତଳେ ପ୍ରେମିକା ଆତ୍ମହତ୍ୟା କରିଥିଲେ। ଠିକ୍‌ ସେହି ସ୍ଥାନରେ ପହଞ୍ଚି ଆଜି ତାଙ୍କ ପ୍ରେମିକ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣା ଘଟିଛି ନୀଳାଦ୍ରିବିହାର ଚୁନୁକୋଳି ବସ୍ତି ନିକଟରେ ଥିବା ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟରେ। ସଂପୃକ୍ତ ପ୍ରେମିକ ନିକଟସ୍ଥ ତେଲୁଗୁ ସାହିରେ ରହୁଛନ୍ତି।

ଆଜି ଆତ୍ମହତ୍ୟା କରିବା ପାଇଁ ଯୁବକଜଣକ ନିର୍ମାଣାଧୀନ ୪ ମହଲା ଆପାର୍ଟମେଣ୍ଟ ଉପରେ ଚଢ଼ି ଲମ୍ଫ ଦେଲା ‌ବେଳେ ସେଠାରେ କାମ କରୁଥିବା ଶ୍ରମିକମାନେ ତାଙ୍କୁ କାବୁ କରିନେଇଥିଲେ। ପରେ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଘଟଣା ଅନୁଯାୟୀ ଯୁବକଜଣକ ପ୍ରେମ ବିବାହ କରିବାକୁ ଚାହୁଁଥିଲେ। ପରିବାର ଲୋକ ଏହାକୁ ବିରୋଧ କରିବାରୁ ତାଙ୍କ ପ୍ରେମିକା ଗତ ମାସରେ ସେହି ଆପାର୍ଟମେଣ୍ଟରୁ ଡେଇଁ ଆତ୍ମହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର