ରେଳ ଧାରଣାରୁ ଯୁବକଙ୍କ ଶବ ଉଦ୍ଧାର

ବାରଙ୍ଗ : ବାରଙ୍ଗ ଓ କଟକ ରେଳ ଷ୍ଟେସନ୍‌ ମଧ୍ୟବର୍ତ୍ତୀ ଗୋଠପୁର ନିକଟ ରେଳ ଧାରଣା ପାର୍ଶ୍ୱରୁ ଜଣେ ଯୁବକଙ୍କ ଶବ ଉଦ୍ଧାର ହୋଇଛି। ପ୍ରାତଃ ଭ୍ରମଣରେ ଯାଇଥିବା କିଛି ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇଁ ବାରଙ୍ଗ ଜିଆର୍‌ପି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମରାମତି ପାଇଁ ରଖାଯାଇଥିବା କିଛି ଲୁହା ଧାରଣା ମଝିରେ ଯୁବକଙ୍କ ଶବ ମୁହଁ ମାଡି ହୋଇ ପଡ଼ିଥିଲା। ଫାଣ୍ଡି ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି କଟକ ବଡ଼ ଡାକ୍ତରଖାନାକୁ ପଠାଇଛି। ପଯୁବକ ଜଣକ ଆସାମ୍‌ର ଜମିଲ୍‌ ଉଦ୍ଦିନ୍‌। ବାପାଙ୍କ ନାଁ ଇବ୍ରାହିମ ଉଦ୍ଦିନ୍‌ ଜସୱାଲ୍‌ ବୋଲି ପାଖରୁ ମିଳିଥିବା ଆଧାର କାର୍ଡରୁ ଜଣାପଡ଼ିଛି। ଆଧାର କର୍ଡ ଠିକଣାକୁ ଆଧାର କରି ମୃତକଙ୍କ ପରିବାର ସହ ଯୋଗାଯୋଗ କରାଯାଇଛି।

ସମ୍ବନ୍ଧିତ ଖବର