ସ୍ବିମିଂପୁଲ୍‌ରେ ନାଚିଲେ ଯୁବପିଢ଼ି

ଟିମ୍ ୱାନ୍ ଫିଟନେସ୍‌ର ଆକ୍ବାଜୁମ୍ବା ପ୍ରଶିକ୍ଷଣ ଶିବିର‌

ଭୁବନେଶ୍ୱର: ଟିମ୍ ୱାନ୍ ଫିଟନେସ୍ ପକ୍ଷରୁ ସତ୍ୟନଗରସ୍ଥିତ ହୋଟେଲ ସନଗ୍ରିନ୍‌ଠାରେ ଦୁଇଦିନିଆ‘ଆକ୍ୱାଜୁମ୍ବା ଫିଟ୍‌ନେସ୍’ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜୁମ୍ବା ନାଚ ଦ୍ବାରା କିପରି ନିଜକୁ ଫିଟ୍ ରଖିବା, ତାହା ଉପରେ ବକ୍ତବ୍ୟ ରଖିଥିଲେ। ସ୍ବତନ୍ତ୍ର ପ୍ରଶିକ୍ଷକ ଦେବଞ୍ଜନ ବୋଷ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ଜୁମ୍ବା ନାଚ ବହୁତ କମ୍ ସମୟରେ ରାଜ୍ୟ ଓ ଦେଶରେ ଲୋକପ୍ରିୟ ହୋଇପାରିଛି। ଏହାଦ୍ବାରା ଜଣେ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରହିପାରିବ।

ଭୁବନେଶ୍ବରରେ ପ୍ରଥମଥର ଲାଗି ଆକ୍ୱାଜୁମ୍ବା ପ୍ରଶିକ୍ଷଣ ଆରମ୍ଭ ହୋଇଛି। ଅନ୍ୟତମ ଅତିଥି ପ୍ରଶିକ୍ଷକ ଜିନ ଅନ୍ନପୂର୍ଣ୍ଣା ଦାସ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ହୋ‌ଟେଲ ପରିସରରେ ଥିବା ସ୍ବିମିଂ ପୁଲ୍‌ରେ ବହୁ ସଂଖ୍ୟାରେ ଯୁବକ/ଯୁବତୀ ଜୁମ୍ବା ନାଚ କରି ମଜା ନେଇଥିଲେ। ଓଡ଼ିଶା ଜୁମ୍ବା ଟିମ୍‌ର ଅଧ୍ୟକ୍ଷ ସରୋଜ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗାର୍ଗୀ ନାୟକ, ରାଶି ଜୈନ, ମହିମା ମୋହତା ପ୍ରମୁଖ ସହଯୋଗ କରିଥିଲେ।
ସୂଚନାଯୋଗ୍ୟ, ରାଜ୍ୟରେ ପ୍ରଥମଥର ଲାଗି ଝାରପଡ଼ାସ୍ଥିତ ଗଣେଶ ମଣ୍ଡପ ଛକ ନିକଟରେ ଜୁମ୍ବା ଡ୍ୟାନ୍ସ ଫିଟନେସ୍‌ କେନ୍ଦ୍ର ଖୋଲିଛି। ଏଠାରେ ଅନ୍ତର୍ଜାତୀୟ ପ୍ରଶିକ୍ଷକଙ୍କ ଦ୍ବାରା ପ୍ରଶିକ୍ଷଣ ଦିଆଯାଉଛି ବୋଲି ଟିମ୍‌ ୱାନ୍‌ ଫିଟ‌ନେସ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର