ଭୁବନେଶ୍ୱର : ସୃଷ୍ଟି ଏକାଡେମି ଅଫ୍ ମ୍ୟାନେଜ୍ମେଣ୍ଟରେ ଜାତୀୟ ଯୁବ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଏକ ଗଣଦୌଡ ଆୟୋଜନ କରାଯାଇଥିଲା। ଅନୁଷ୍ଠାନର ଉପାଧ୍ୟକ୍ଷ ଉମାକାନ୍ତ ଦାସ ଏହାକୁ ଉଦ୍ଘାଟନ କରିଥିଲେ। ଏଥିରେ ଅନୁଷ୍ଠାନର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଅପରାହ୍ଣରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରାଣାୟାମ ଏବଂ ଯୋଗ ଶିବିର ଆୟୋଜନ ହୋଇଥିଲା। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଅଧ୍ୟାପକ ସୁଶୀଲ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ପ୍ରାଣାୟମ ଏବଂ ଯୋଗାସନ ପ୍ରଶିକ୍ଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ସ୍ୱାମୀ ବିବେକାନନ୍ଦଙ୍କର ସ୍ୱରଚିତ ପୁସ୍ତକ, ଭାଷଣ, ସଂଗୃହୀତ ପୁସ୍ତକ ଏବଂ ସ୍ୱାମୀଜୀଙ୍କ ବିଚାର ସମ୍ବନ୍ଧିତ ଅନ୍ୟାନ୍ୟ ପୁସ୍ତକର ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଜିତେନ୍ଦୁ ନନ୍ଦ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନୁଷ୍ଠାନର ଅଧ୍ୟାପକ ପ୍ରଫେସର ପର୍ଶୁରାମ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସୃଷ୍ଟି ଏକାଡେମିରେ ଜାତୀୟ ଯୁବ ଦିବସ
/sambad/media/post_attachments/wp-content/uploads/2018/01/srusty.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)