ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ, ହତ୍ୟା ସନ୍ଦେହ

ଭୁବନେଶ୍ୱର : ନୂଆପଲ୍ଲୀ ନୂଆସାହି ଅଞ୍ଚଳରୁ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଜବତ କରିଛି। ସେ ହେଲେ, ନୂଆସାହି ଅଞ୍ଚଳର ସନ୍ତୋଷ ଦାସ(୨୪)। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଦୀର୍ଘ ଦିନ ହେବ ସନ୍ତୋଷ ସପରିବାରେ ନୂଆସାହି ଅଞ୍ଚଳରେ ରହୁଥିଲେ। ପାରିବାରିକ ସମସ୍ୟାକୁ ନେଇ ସନ୍ତୋଷଙ୍କ ମାନସିକ ସ୍ଥିତି ଠିକ୍‌ ନଥିଲା। ଶନିବାର ବିଳମ୍ବିତ ରାତିରେ ସନ୍ତୋଷ ଘରକୁ ଲାଗିଥିବା ଏକ ଜାମୁ ଗଛରେ ଗାମୁଛାରେ ଝୁଲି ପଡ଼ିଥିଲେ। ରବିବାର ସକାଳେ ସ୍ଥାନୀୟ ଅଞ୍ଚଳର ପିଲାମାନେ କ୍ରିକେଟ୍‌ ଖେଳୁଥିବା ବେଳେ ସନ୍ତୋଷ ଗଛରେ ଝୁଲୁଥିବା ଦେଖି ଚିତ୍କାର କରିଥିଲେ। ପାଟି ଶୁଣି ସନ୍ତୋଷଙ୍କ ପରିବାରଲୋକ ଏବଂ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଏ ସଂପର୍କରେ ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରୁ ସନ୍ତୋଷଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ସେ ଆତ୍ମହତ୍ୟା କରିଛନ୍ତି, ନା ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପଦେବାକୁ ଚେଷ୍ଟା କରାଯାଇଛି, ତାହା ସନ୍ଦେହଘେରରେ ରହିଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର