ମାର୍ବଲ ପ୍ଲେଟ୍‌ ପଡ଼ି ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର: ମାର୍ବଲ ପ୍ଲେଟ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ। ଏଭଳି ଏକ ଘଟଣା ଘଟିଛି ସିଆରପିଏଫ୍‌ କ୍ୟାମ୍ପସରେ। ତାଙ୍କ ନାଁ ରାଜା ଗୋଗୋଇ(୨୫)। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାଜାଙ୍କ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ପୁଲିସ ସୂଚନା ମୁତାବକ, କିଛିଦିନ ହେବ ରାଜା ସିଆରପିଏଫ୍‌ କ୍ୟାମ୍ପସରେ ରହି ଏକ ନିର୍ମାଣକାମ କରୁଥିଲେ। ତେବେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ସେ ଏକ ଟ୍ରକରୁ ମାର୍ବଲ ପ୍ଲେଟ କାଢ଼ୁଥିଲେ। ଏହି ସମୟରେ ଏକ ପ୍ଲେଟ୍‌ ଖସି ତାଙ୍କ ଛାତିରେ ପଡ଼ିଥିଲା। ଫଳରେ ରାଜା ଗୁରୁତର ଆହତ ହୋଇଥଇଲେ। ସେଠାରେ ଥିବା ଅନ୍ୟକର୍ମଚାରୀମାନେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ। ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରଜୁ କରି ଘଟଣାର ତଦନ୍ତ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିିଛି।

ସମ୍ବନ୍ଧିତ ଖବର