ଭୁବନେଶ୍ବର : ବୁଧବାର ବିଳମ୍ବିତ ରାତିରେ ଆଇଗିଣିଆ ଫ୍ଲାଏଓଭରରେ ଜଣେ ଯୁବକଙ୍କ ଉପରେ କୌଣସି ଅଜଣା ଗାଡ଼ି ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ସେ ହେଉଛନ୍ତି ସ୍ଥାନୀୟ ଫୁଲେଶ୍ବରୀ ବସ୍ତିରେ ରହୁଥିବା ମୟୂରଭଂଜର ଘାସିରାମ ମୁର୍ମୁ। ଘାସିରାମ ରାଜଧାନୀରେ ଶ୍ରମିକ ଭାବେ କାମ କରନ୍ତି। ଗତକାଲି ରାତିରେ ସେ ଜଣେ ସାଙ୍ଗ ପାଖରୁ ଘରକୁ ଫେରୁଥିବା ବେଳେ କୌଣସି ଭାରୀଯାନ ତାଙ୍କୁ ଧକ୍କା ଦେଇଥିଲା ଓ ପରେ ତାଙ୍କ ଉପରେ ମାଡ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଭରତପୁର ଥାନା ପୁଲିସ ଘଟଣାସ୍ଥଳରୁ ଶବ ଜବତ କରିବା ସହ ପରେ କ୍ୟାପିଟାଲ ହସ୍ପିଟାଲ୍ରେ ବ୍ୟବଚ୍ଛେଦ କରାଇଥିଲା ଓ ସ୍ତ୍ରୀ ପାର୍ବତୀଙ୍କୁ ହସ୍ତାନ୍ତର କରିଥିଲା।
ଯୁବକଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି
/sambad/media/post_attachments/wp-content/uploads/2021/12/Hyderabad-Man-found-dead-in-house-in-Alwal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)