ଟ୍ରେନ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ

ଚନ୍ଦ୍ରଶେଖରପୁର : ପଟିଆ ଷ୍ଟେସନ୍‌ ନିକଟରେ ଜଣେ ଯୁବକଙ୍କ ମୃତ ଦେହ ଟ୍ରେନ୍‌ ଲାଇନ୍‌ କଡ଼ରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ମଞ୍ଚେଶ୍ୱର ଜିଆର୍‌ପି ଥାନାକୁ ସୂଚନା ଦେଇଥିଲେ। ଯୁବକ ଜଣଙ୍କ କୌଣସି ଏକ ଟ୍ରେନ୍‌ରେ ପିଟି ହୋଇଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ ଅନୁମାନ କରିଛି। ଯୁବକ ଜଣଙ୍କ ନାମ ଜି.ତିରୁପତି ରେଡ୍ଡି(୩୮)। ସେ ଶିଖରଚଣ୍ଡୀ ଅଞ୍ଚଳରେ ରହୁଥିଲେ। ଆଜି ସକାଳେ ସେ କୌଣସି ଏକ କାମ ପାଇଁ ପଟିଆ ଆସି ଆଉ ଘରକୁ ଫେରିନଥିଲେ। ପରେ ତାଙ୍କ ମୃତଦେହ ଟ୍ରେନ୍‌ ଲାଇନ୍‌ କଡ଼ରୁ ଉଦ୍ଧାର କରାଯାଇଥିଲା। ମଞ୍ଚେଶ୍ୱର ଜିଆର୍‌ପି ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଘଟଣାସ୍ଥଳରୁ ସ୍ଥାନୀୟ ଯୁବକ ସୁନୀଲ ଭୋଇ ଓ ପ୍ରଦୀପ ସେବା ଟ୍ରଷ୍ଟର ସଭ୍ୟମାନେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆମ୍ବୁଲାନ୍ସ୍‌ ଯୋଗେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲେ। ତେବେ ତିରୁପତି କେଉଁ ପରିସ୍ଥିତିରେ ଟ୍ରେନ୍‌ରେ ପିଟି ହୋଇଯାଇଥିଲେ ସେ ନେଇ ପୁଲିସ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର