ରସୁଲଗଡ଼ରେ ନିୟୋଜିତ ଥବା ହୋମଗାର୍ଡ ପ୍ରତାପଙ୍କ ସାହାଯ୍ୟ ଯୋଗୁଁ ଯୁବକ ଫେରି ପା‌ଇଲେ ହଜାଇଥିବା ବ୍ୟାଗ ଓ ୪୬ହଜାର ଟଙ୍କା

ଭୁବନେଶ୍ବର: ଆଜି ଏକ ବସରୁ ଓହ୍ଲାଇବା ସମୟରେ ଦୁଇଜଣ ଯାତ୍ରୀଙ୍କ ବ୍ୟାଗ ଅଦଳବଦଳ ହୋଇଯାଇଥିଲା। ଏଥିମଧ୍ୟରୁ ଜଣେ ଯାତ୍ରୀ ରସୁଲଗଡ଼ ଛକରେ ଓହ୍ଲାଇବା ପରେ ତାଙ୍କ ବ୍ୟାଗ ବଦଳ ହୋଇଯାଇଥିବା ସେ ଜାଣିବାକୁ ପାଇଥିଲେ। ଏହାପରେ ସେ କ’ଣ କରିବେ କିଛି ବୁଝି ନପାରି ରସୁଲଗଡ଼ ଛକରେ ନିୟୋଜିତ ଥିବା ହୋମଗାର୍ଡ ପ୍ରତାପଙ୍କ ସାହାଯ୍ୟ ନେଇଥିଲେ।

ପ୍ରତାପ ଉକ୍ତ ଯାତ୍ରୀଙ୍କ ଠାରୁ ବ୍ୟାଗ ନେଇ ଖୋଲି ଦେଖିଥିଲେ। ସେ ବ୍ୟାଗରେ ଥିବା ଡକ୍ୟୁମେଣ୍ଟ ଓ କାର୍ଡରେ ଥିବା ନମ୍ବର ଅନୁସାରେ ବ୍ୟାଗ ବଦଳ ହୋଇଥିବା ଯାତ୍ରୀଙ୍କୁ ଯୋଗଯୋଗ କରିବାକୁ ଚେଷ୍ଟା କରିଥିଲେ। ଅନେକଥର ଫୋନ କରିବା ପରେ ସେହି ଯାତ୍ରୀ ଜଣକଙ୍କ ହୋମଗାର୍ଡ ପ୍ରତାପଙ୍କ ଫୋନ ଉଠାଇଥି‌ଲେ।

ଏହାପରେ ପ୍ରତାପ ବ୍ୟାଗ ଅଦଳବଦଳ ହୋଇଯାଇଥିବା କଥା ଉକ୍ତଯାତ୍ରୀଙ୍କୁ କହିବା ସହିତ ପଚାରିଥିଲେ, ଆପଣ ଯେଉଁ ବ୍ୟାଗ ଧରିଛନ୍ତି ତାହା ଆପଣଙ୍କର ତ? ଉକ୍ତ ଯାତ୍ରୀ ଜଣକ ମନା କରିଥିଲେ। ତେବେ ଆପଣଙ୍କ ବ୍ୟାଗରେ କ’ଣ ଥିଲା ବୋଲି ପ୍ରତାପ ପଚାରିବାକୁ ସେ କହିଥିଲେ, ‘ମୋ ବ୍ୟାଗରେ ୪୬ହଜାର ଟଙ୍କା ଥିଲା। ’

ଏସବୁ ଶୁଣିବା ପରେ ବ୍ୟାଗ ଫେରାଇବା ପାଇଁ ଉକ୍ତ ଯାତ୍ରୀ ଜଣକ ହେମଗାର୍ଡଙ୍କୁ କେଉଁ ଠିକଣାରେ ଆସି ପହଞ୍ଚିବାକୁ ହେବ ବୋଲି ପଚାରିଥିଲେ। ଏହାପରେ ସେହି ଯାତ୍ରୀ ଜଣକ ପ୍ରତାପଙ୍କ କହିବାନୁସାରେ ରସୁଲଗଡ଼ ଛକରେ ଆସି ପହଞ୍ଚିଥିଲେ। ପ୍ରତାପଙ୍କ ସାହାଯ୍ୟରେ ଉକ୍ତ ଯାତ୍ରୀ ଜଣକ ତାଙ୍କ ବଦଳ ହୋଇଯାଇଥିବା ବ୍ୟାଗ ସହିତ ୪୬ହଜାର ଟଙ୍କାକୁ ସୁରକ୍ଷିତ ଫେରି ପାଇଥି‌ଲେ। ହୋମଗାର୍ଡ ପ୍ରତାପଙ୍କ ଏଭଳି ସାହାଯ୍ୟ ପ୍ରଶଂସାଯୋଗ୍ୟ ଅଟେ।

ସମ୍ବନ୍ଧିତ ଖବର