ବାଇକ୍‌କୁ ପିଟିଲା କାର୍, ଯୁବକ ଗୁରୁତର

ପୃଥକ ପୃଥକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ଚନ୍ଦ୍ରଶେଖରପୁର : ଆଜି ରାତି ପ୍ରାୟ ୧୦ଟା ବେଳେ ଡମଣା ଛକରେ ଗୋଟିଏ କାର୍ ଏକ ବାଇକ୍‌କୁ ପଛରୁ ଧକ୍କା ଦେବାରୁ ବାଇକ୍‌ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚନ୍ଦ୍ରଶେଖରପୁର ଥାନା ପିସିଆର୍ ଭ୍ୟାନ୍ ଉଦ୍ଧାର କରି ପଟିଆ ନିକଟ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତି କରିଥିବା ଜଣାପଡ଼ିଛି। ପୁଲିସ୍ କାର୍‌କୁ ଜବତ କରି ଚାଳକଙ୍କୁ ଥାନାରେ ଅଟକ ରଖିଛି।

ଘଟଣା ଅନୁଯାୟୀ ଯୁବକ ଜଣକ ବାଇକ୍ (ଓଡି୩୩ଜି-୧୯୧୮)ରେ ଜୟଦେବ ବିହାରରୁ କିଟ୍ ଛକ ଅଭିମୁଖେ ଯାଉଥିଲେ। ଡମଣା ଛକରେ କାର୍ (ଓଡି୩୩ଏମ୍-୪୯୯୯) ତାଙ୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ଯୁବକ ଜଣଙ୍କ କିଛି ବାଟ ଘୋଷାରି ହୋଇଯାଇ ଡିଭାଇଡରରେ ପିଟିହୋଇ ଯାଇଥିଲେ। ତାଙ୍କ ଛାତି ଓ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ସେ ଘଟଣାସ୍ଥଳରେ ଅଚେତ ହୋଇ ପଡ଼ିଥିଲେ।

ପୃଥକ ପୃଥକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ବାଲିଅନ୍ତା : ବାଲିଅନ୍ତା ଥାନା ଅଞ୍ଚଳରେ ଆଜି ଦୁଇଟି ସ୍ଥାନରେ ପୃଥକ ପୃଥକ ସଡ଼କ ଦୁଘର୍ଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ଯୁବକ ହେଲେ ବାଲିଅନ୍ତା ଥାନା ଅଧୀନ ଦିୱାନପାଟଣା ଗ୍ରାମର ମନୋଜ କୁମାର ସାହୁ ( ୩୫)। ସେହିପରି ଆହତ ଯୁବକ ଜଣକ ହେଲେ ଉକ୍ତ ଗ୍ରାମର ଜିତେନ୍ଦ୍ର କୁମାର ସାହୁ (୪୦)। ସ୍ଥାନୀୟ ଲୋକମାନେ ଉଭୟ ମନୋଜ ଓ ଜିତେନ୍ଦ୍ରକୁ ଉଦ୍ଧାର କରି ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ। ହେଲେ ସେଠାରେ ମନୋଜଙ୍କର ମୃତ୍ୟୁ ହୋଇଯାଇଥିଲା। ବାଲିଅନ୍ତା ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକ ଦୁଇଟିକୁ ଜବତ କରିଛି। ପୁଲିସ ମୃତ ମନୋଜଙ୍କ ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପ୍ରାପ୍ତ ସୂଚନାନୁଯାୟୀ ଆଜି ଅପରାହ୍‌ଣ ଗୋଟାଏରେ ମନୋଜ ଭୁବନେଶ୍ବରରୁ ହଂସପାଳ-ଜୟଦେବ ପୂର୍ତ୍ତ ବିଭାଗ ରାସ୍ତାରେ ଘରକୁ ଫେରୁଥିବା ବେଳେ ରାମଚନ୍ଦ୍ରପୁର କାଜ ସେତୁ ନିକଟରେ କୌଣସି ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେବାରୁ ଗୁରୁତର ହୋଇ ରାସ୍ତା କଡ଼କୁ ଛିଟିପଡ଼ିଥିଲେ। ଅପରାହ୍‌ଣ ୩ଟାରେ ସ୍ଥାନୀୟ ଲୋକମାନେ ମନୋଜଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ।

ସମ୍ବନ୍ଧିତ ଖବର