ଭୁବନେଶ୍ବର : ଭାରସାମ୍ୟ ହରାଇ ଡିଭାଇଡର୍ରେ ସ୍କୁଟି ଧକ୍କା ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଳାହାଣ୍ଡି ଜିଲ୍ଲା ସକେଲ୍କୁପା ଅଞ୍ଚଳର ଲଚ୍ଛମନ ଭୋଇ(୨୨)। ସେ ଏଠାରେ ଏକ ଘରୋଇ ହସ୍ପିଟାଲ୍ରେ କାମ କରିବା ସହ ଶାମପୁର ଅଞ୍ଚଳରେ ରହୁଥିଲେ। ଲଚ୍ଛମନଙ୍କ ସହ ସ୍କୁଟିରେ ଥିବା ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ପୁଲିସ ସେମାନଙ୍କୁ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରିଛି। ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ହସ୍ପିଟାଲ୍ରୁ କାମ ସାରି ଲଚ୍ଛମନ ଓ ତାଙ୍କର ଦୁଇ ସହଯୋଗୀ ସ୍କୁଟିରେ ଘରକୁ ଫେରୁଥିଲେ। ସେମାନେ ନୂଆଗାଁ ଛକ ନିକଟରେ ଯାଉଥିବା ବେଳେ ସ୍କୁଟି ଚଳାଉଥିବା ଯୁବକ ଜଣଙ୍କ ଭାରସାମ୍ୟ ହରାଇ ସ୍କୁଟିକୁ ଡିଭାଇଡର୍ରେ ପିଟି ଦେଇଥିଲେ।
ଡିଭାଇଡରରେ ପିଟିହୋଇ ଯୁବକ ମୃତ, ଦୁଇ ଆହତ
/sambad/media/post_attachments/wp-content/uploads/2022/09/accident-bike.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)