ଧଉଳି : ଆଜି ପୁଣି ଜଣେ ଯୁବକ ଦୟା ବ୍ରିଜ୍ରୁ ନଦୀକୁ ଡେଇଁ ନିଖୋଜ ହୋଇ ଯାଇଛନ୍ତି। ସେ ହେଲେ ଶ୍ରୀଲିଙ୍ଗରାଜ ଥାନା ଅଧୀନ କପିଳେଶ୍ବର ଅଞ୍ଚଳର ରତ୍ନାକର ଖୁଣ୍ଟିଆଙ୍କ ପୁଅ ମଧୁସୂଦନ ଖୁଣ୍ଟିଆ (୨୫) ଓରଫ ମଣ୍ଟୁ। ଏ ସଂପର୍କରେ ମଣ୍ଟୁଙ୍କ ଭାଇ ଆଜି ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଧଉଳି ଥାନା ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମଣ୍ଟୁ ସକାଳୁ ସ୍କୁଟି ନେଇ ଘରୁ ପଳାଇ ଆସିଥିଲେ। ଦୟା ବ୍ରିଜ ଉପରେ ସ୍କୁଟି ରଖି ନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକମାନେ ଏହା ଦେଖି ପୁଲିସ କଣ୍ଟ୍ରୋଲ ରୁମ୍କୁ ଫୋନ କରି ଜଣାଇଥିଲେ। ଧଉଳି ଥାନା ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ସଂଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ। କିନ୍ତୁ ତାଙ୍କର ପତ୍ତା ମିଳିନଥିଲା। ପୁଲିସ ମଣ୍ଟୁଙ୍କ ସ୍କୁଟି ଜବତ କରିଛି। ମଣ୍ଟୁ ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଥିବା ଏକ ମନ୍ଦିରରେ ସେବାୟତ କାର୍ଯ୍ୟ କରୁଥିଲେ। କୌଣସି କାରଣରୁ ତାଙ୍କୁ ଏହି କାମରୁ ବାହାର କରି ଦିଆଯାଇଥିଲା। ତେଣୁ ସେ ରୋଜଗାର ହରାଇଥିଲେ ଓ ସେହି ଦିନଠାରୁ ତାଙ୍କ ମାନସିକ ସ୍ଥିତି ଭଲ ନଥିଲା। ଉଲ୍ଲେଖଯୋଗ୍ୟ ଯେ ଗତକାଲି ଦୟାନଦୀରେ ନିଖୋଜ ହୋଇ ଯାଇଥିବା ଯୁବକଙ୍କ ମୃତଦେହ ଆଜି ସକାଳେ ନୂଆଗାଁ ନିକଟରେ ଭାସୁଥିବା ଦେଖି ସ୍ଥାନୀୟ ଲୋକ ଧଉଳି ପୁଲିସକୁ ଖବର ଦେଇଥିଲେ। ଦୁଇ ଦିନରେ ଦୟାନଦୀକୁ ଡେଇଁ ଦୁଇ ଜଣ ଯୁବକ ନିଖୋଜ ହେବା ଘଟଣା ଏହି ଅଞ୍ଚଳରେ ଚର୍ଚ୍ଚାର ମୁଖ୍ୟ ବିଷୟ ହୋଇଛି।
ଦୟାନଦୀକୁ ଡେଇଁ ଆଉ ଜଣେ ଯୁବକ ନିଖୋଜ
/sambad/media/post_attachments/wp-content/uploads/2020/09/Balianata.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)