ଜମି ଦେବାକୁ କହି ୪ ଲକ୍ଷ ଠକେଇ, ଜେଲ ଗଲା ଯୁବକ

ଧଉଳି : ଜମି ଦେବା ନାଁରେ ଠକେଇ ମାମଲାରେ ଆଜି ଧଉଳି ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲା ଧଉଳି ଥାନା ଅଧୀନ ନାଥପୁର ଗ୍ରାମର ହେମନ୍ତ ସ୍ବାଇଁ (୩୨)। ଜାମିନ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ହେମନ୍ତ ନାଥପୁର ମୌଜାରେ ୯୦୦ ଡେସିମିଲ ଜମି ଦେବାକୁ କହି ଉକ୍ତ ଅଞ୍ଚଳରେ ରହୁଥିବା ହରେକୃଷ୍ଣ ସ୍ବାଇଁଙ୍କଠାରୁ ୪ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ। ହେଲେ ତାଙ୍କୁ ଜମି ନଦେଇ ଅନ୍ୟକୁ ବିକ୍ରି କରି ଦେଇଥିଲେ। ଟଙ୍କା ନ ଫେରାଇବାରୁ ହରେକୃଷ୍ଣ ଧଉଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଗ୍ରହଣ କରି ପୁଲିସ କେସ ନଂ ୫୪/୮ରେ ଏକ ମାମଲା ରୁଜୁ କରି ହେମନ୍ତକୁ କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧିତ ଖବର