ବାଲିଅନ୍ତା : ବେକରେ କଟୁରି ଲଗାଇ ଟଙ୍କା ଲୁଟ୍ ମାମଲାରେ ବାଲିଅନ୍ତା ଥାନା ପୁଲିସ୍ ଆଜି ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲା, ବାଳକାଟି ଫାଣ୍ଡି ଅନ୍ତର୍ଗତ ସରକଣା ଭୋଇ ସାହିର ସାଗର ଭୋଇ(୨୨)। କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସୂଚନା ମୁତାବକ, ବାଲିପାଟଣା ଥାନା ଅନ୍ତର୍ଗତ ପୋଇଝାରି ଗ୍ରାମର ଆରଦିମନ ଜେନା ଗତ ୨୯ ତାରିଖ ସଂଧ୍ୟାରେ ସ୍ଥାନୀୟ ଅନ୍ଧୋଟି ଗ୍ରାମରୁ ଫେରୁଥିଲେ। ଏହି ସମୟରେ ଦୁଇଟି ବାଇକ୍ରେ ୪ଜଣ ଯୁବକ ତାଙ୍କୁ ପିଛା କରି ସୁଦଷଡ଼ଙ୍ଗୀ ନିକଟରେ ଅଟକାଇଥିଲେ। ଆରଦିମନ କିଛି ବୁଝିବା ପୂର୍ବରୁ ସେମାନେ ତାଙ୍କ ବେକରେ କଟୁରି ଲଗାଇ ୪ହଜାର ଟଙ୍କା ଲୁଟି ନେଇଥିଲେ। ଆରଦିମନଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍ ନମ୍ବର ୧୫୩/୨୦ରେ ଏକ ମାମଲା ରୁଜୁ ହୋଇଛି।
ଦେଢ଼ ଶ’ ଗ୍ରାମ୍ ବ୍ରାଉନ୍ସୁଗାର ଜବତ, ଜଣେ ଗିରଫ
ଭୁବନେଶ୍ବର : ଶୁକ୍ରବାର ଅପରାହ୍ଣରେ କ୍ୟୁଏଟି ଓ ତମାଣ୍ଡୋ ଥାନା ପୁଲିସ୍ ଭଗବାନପୁରସ୍ଥିତ ପାଟ୍ସାଣି ଢାବା ନିକଟରେ ଚଢ଼ଉ କରି ଏସ୍କେ ଜବିର(୧୯) ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ୧୫୦ ଗ୍ରାମ୍ର ବ୍ରାଉନ୍ସୁଗାର ଜବତ ହୋଇଛି। ଜବତ ବ୍ରାଉନସୁଗାରର ବଜାର ମୂଲ୍ୟ ଦେଢ଼ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏହାସହ ଜବିର ପାଖରୁ ପୁଲିସ୍ ଏକ ବାଇକ୍, ମୋବାଇଲ୍ ଓ ୭୩୦ ଟଙ୍କା ଜବତ କରିଛି। ସୂଚନାନୁଯାୟୀ, ଜବିରର ଘର ଭଦ୍ରକ ଜିଲ୍ଲା ନୀଳକଣ୍ଠପୁର ପୁରୁଣା ବଜାର ଅଞ୍ଚଳରେ। ସେ ପୂର୍ବରୁ ମଧ୍ୟ ବ୍ରାଉନ୍ସୁଗାର କାରବାରରେ ଲିପ୍ତ ଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/arrest-a.jpg)