ଭୁବନେଶ୍ବର: ୮ ତାରିଖ ବିଳମ୍ବିତ ରାତିରେ ଖଣ୍ଡଗିରି ଥାନାଠାରୁ ଅଳ୍ପ ଦୂରରେ କିନ୍ନରମାନଙ୍କ ଆକ୍ରମଣରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ଯୁବକଙ୍କୁ ଆକ୍ରମଣ ହେଉଥିବା ଖବର ପାଇ ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ କେତେକ କିନ୍ନର ଖଣ୍ଡଗିରି ଥାନା ଅପରପାର୍ଶ୍ବରେ ଜାତୀୟ ରାଜପଥ କଡ଼ରେ ଆଡ଼ା ଜମାଉଛନ୍ତି। ବିଶେଷକରି ବିଳମ୍ବିତ ରାତିରେ ଗାଡ଼ିଚାଳକମାନଙ୍କୁ ଆକର୍ଷିତ କରିବା ପାଇଁ ଉଦ୍ୟମ କରୁଛନ୍ତି। କେତେକ ଯୁବକ ମଧ୍ୟ କିନ୍ନରମାନଙ୍କୁ ହଇରାଣ କରୁଛନ୍ତି। ଏଭଳି ଏକ ଘଟଣାକ୍ରମରେ ଆଜି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଜଣେ କିନ୍ନର ଓ ଜଣେ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପାଖରେ ଥିବା ଅନ୍ୟ କିନ୍ନରମାନେ ଏକାଠି ହୋଇ ଯୁବକଙ୍କୁ ଆକ୍ରମଣ କରିଥିଲେ। ଖବର ପାଇ ଭରତପୁର ଥାନା ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲେ।
କିନ୍ନରଙ୍କ ମାଡ଼ରେ ଯୁବକ ଗୁରୁତର
୮ ତାରିଖ ବିଳମ୍ବିତ ରାତିରେ ଖଣ୍ଡଗିରି ଥାନାଠାରୁ ଅଳ୍ପ ଦୂରରେ କିନ୍ନରମାନଙ୍କ ଆକ୍ରମଣରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ଯୁବକଙ୍କୁ ଆକ୍ରମଣ ହେଉଥିବା ଖବର ପାଇ ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଛନ୍ତି।
/sambad/media/media_files/2025/08/09/untitled-2-2025-08-09-06-11-05.jpg)