ଯୁବକଙ୍କ ଆତ୍ମହତ୍ୟା

ଭୁବନେଶ୍ବର : ସହିଦନଗର ପୁଲିସ ସୋମବାରଦିନ ସନ୍ଦେହଜନକ ଅବସ୍ଥା‌ରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ମୃତକ ହେଲେ, ଗଂଜାମ ଜିଲ୍ଲା ଗୋପାଳପୁର ଅଞ୍ଚଳର ରମେଶ ପାତ୍ର(୪୦)। ଏଠାରେ ସେ ସପରିବାରେ ବାସୁଆଘାଇ ଦୁର୍ଗାପୁରପାଟଣା ଅଞ୍ଚଳରେ ରହୁଥିଲେ। ରମେଶ ଅଶୋକନଗର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରେ ମ୍ୟା‌ନେଜର ଭାବେ କାମ କରୁଥିଲେ। ତେବେ କୌଣସି କଥାକୁ କେନ୍ଦ୍ର କରି ସେ ଗତ କିଛି ଦିନ ହେବ ମାନସିକ ଚାପରେ ରହୁଥିଲେ। ଗତକାଲି ରାତିରେ ରମେଶ ଖାଇ ପିଇ ଶୋଇଥିଲେ। ସୋମବାର ସକାଳେ ଫ୍ୟାନ୍‌ରେ ସେ ଝୁଲୁଥିବା ତାଙ୍କ ପତ୍ନୀ ଦେଖିଥିଲେ। ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକଜୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ୍‌ ପଠାଇଥିଲା।

ସମ୍ବନ୍ଧିତ ଖବର