ଝାଡ଼ପଡ଼ାର ମହାବୀର କ୍ଲବ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜିଥିବା ପ୍ରତିଭାମାନଙ୍କୁ ସମ୍ମାନିତ

ଭୁବନେଶ୍ୱର : ଝାଡ଼ପଡ଼ାର ମହାବୀର କ୍ଲବ ଏହିବର୍ଷ ଗଣେଶ ପୂଜା ଅବସରରେ ବିଭିନ୍ନ ପ୍ରକାରର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଏକ ଅଭିନବ କାର୍ଯ୍ୟକ୍ରମ କରିଥିଲା। କ୍ଲବର ସମ୍ପାଦକ ଦିଲ୍ଲୀପ କୁମାର ଜେନା ଯେ କି ଏକାଧାରରେ ଜଣେ ଯୁବ ଉଦ୍ୟୋଗୀ, ଜଣେ ସମାଜସେବୀ, ଜଣେ ଉଦାର ହୃଦୟୀ। ତାଙ୍କର ଏକ ଅଭିନବ ପ୍ରୟାସ ଥିଲା କି ତାଙ୍କ ଓ୍ଵାର୍ଡରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜିଥିବା ପ୍ରତିଭାମାନଙ୍କୁ ସମ୍ମାନିତ କରିବା। ଏହି ପରିପ୍ରେକ୍ଷୀରେ ସେ ଯୁବ ପ୍ରତିଭା ଭାବରେ ମିହିର ରଞ୍ଜନ ପଟ୍ଟନାୟକ, ଶିଶୁ ପ୍ରତିଭା ଭାବେ ସୁଶ୍ରୀ ଭଦ୍ରା ଶତପଥି, ସୁଶ୍ରୀ ରୋଜାଲୀନ ସାହୁ ଏବଂ ନାରୀ ପ୍ରତିଭା ଭାବେ କ୍ରୀଷ୍ଣା କୁମାରୀ ପାତ୍ରଙ୍କୁ ମାନପତ୍ର ସହ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ। ଏହିମାନେ ବିଭିନ୍ନ କ୍ଷେତ୍ରରେ ନିଜ ଅଞ୍ଚଳର ଗର୍ବ ଓ ଗୌରବକୁ ଅନେକ ଦୂରକୁ ନେଇଯାଉଛନ୍ତି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟମ ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ବିଜୟ ମହାନ୍ତି, ମୁଖ୍ୟବକ୍ତା ଭାବେ ମାନ୍ୟବର ମେୟର ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଏବଂ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଶ୍ରୀଧର ଜେନା ମହୋଦୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମର ଶେଷ ଦିନରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍ଗ ସଙ୍ଗୀତର ତାଳେ ତାଳେ ସମସ୍ତ ଦର୍ଶକ ନାଚି ନାଚି ସୁନ୍ଦର ଭାବେ ଉପଭୋଗ କରିଥିଲେ ଏହି କାର୍ଯ୍ୟକ୍ରମକୁ।

ଏହି କାର୍ଯ୍ୟକ୍ରମକୁ ମହାବୀର କ୍ଲବର ସଭାପତି ଶ୍ରୀଯୁକ୍ତ ଚନ୍ଦନ ମହାନ୍ତି ଓ କ୍ଲବର ସମସ୍ତ ସଭ୍ୟମାନେ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର