ଯୁବ ଲେଖକ ପୁରସ୍କାର ସମାରୋହ, ୧୦ ପ୍ରତିଭା ପୁରସ୍କୃତ

ଭୁବନେଶ୍ବର: ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ସମାରୋହ-୨୦୧୯ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ବରିଷ୍ଠ କଥାଶିଳ୍ପୀ ଦାଶ ବେନହୁର ମୁଖ୍ୟ ଅତିଥି, ବରିଷ୍ଠ କବି ଓ ଆଲୋଚିକା ଅପର୍ଣ୍ଣା ମହାନ୍ତି ମୁଖ୍ୟବକ୍ତା ଏବଂ ଲେଖିକା ଓ ବନ୍ୟପ୍ରାଣୀ ଫଟୋଗ୍ରାଫର୍‌ ପଞ୍ଚମୀ ମାନୁ ଉକିଲ ସମ୍ମାନିତ ଅତିଥି ଭା‌ବେ ଯୋଗ ଦେଇଥିଲେ। ଓଡ଼ିଆ ମିଡ଼ିଆ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ତଥା ସାମ୍ବାଦିକ ଶୁଭ୍ରାଂଶୁ ପଣ୍ଡା ସଭା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୦ ଯୁବ ଲେଖକଙ୍କୁ ପୁରସ୍କୃତ କରାଯାଇଥିଲା। ଫିଚର୍‌ ପାଣ୍ଡୁଲିପି ‘ରଜାଘର କଥା’ ପାଇଁ ହରିହର ପଣ୍ଡା, ଉପନ୍ୟାସ ‘ମହାସତୀ’ ପାଇଁ କୃପାସିନ୍ଧୁ ପ୍ରଧାନ, ‘ସବୁ ରାତି ତୁମ ପାଇଁ’ କବିତା ପାଣ୍ଡୁଲିପି ନିମନ୍ତେ କ୍ଷିରୋଦିନୀ ବେହେରା, ଗୀତିକବିତା ସଂକଳନ ‘କେବେ ଶହେ କେବେ ଶୂନ’ ପାଇଁ ସୁବ୍ରତ ସ୍ବାଇଁ, କବିତା ପାଣ୍ଡୁଲିପି ‘ଅନ୍ଧାରର ଆରାଧନା’ ପାଇଁ ସ୍ବରୂପ ନାୟକ, କବିତା ପାଣ୍ଡୁଲିପି ‘ମୁକ୍ତି ଅଭିଷିକା’ ପାଇଁ ଦଶରଥ ହେମ୍ବ୍ରମ ଓ କବିତା ପାଣ୍ଡୁଲିପି ‘କାଶତଣ୍ଡି’ ପାଇଁ ଲୋକନାଥ ସାହୁ, ହିନ୍ଦୀ କବିତା ପାଣ୍ଡୁଲିପି ‘ରାବ୍‌ତା’ ନିମନ୍ତେ ଗାୟତ୍ରୀ ମାଭୁରୁ, ଇଂରାଜୀ ଉପନ୍ୟାସ ‘ଦୋଜ୍‌ କ୍ରେଜି ସେଭେନ୍‌ ଇଅର୍ସ’ ପାଇଁ ଶୁଭ୍ରାଂଶୁ ଶେଖର ଓଝା ଓ ଇଂରାଜୀ କବିତା ପାଣ୍ଡୁଲିପି ‘ଦ ଅକ୍ଟାହେଡ୍ରାଲ୍‌ ଭର୍ସେସ୍’ ପାଇଁ ଅଭିଷେକ ପାଣିଙ୍କୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର