କୁଆଖାଇ ପଠାରୁ ଯୁବକଙ୍କ ଶବ ଜବତ ଘଟଣା: ପୋଷ୍ଟର ମାରି ପରିଚୟ ଖୋଜୁଛି ପୁଲିସ

ଭୁବନେଶ୍ବର : ୫ ଦିନ ବିତିବା ପରେ ବି କୁଆଖାଇ ନଦୀପଠାରୁ ଜବତ ହୋଇଥିବା ଗଳିତ ଶବ କାହାର ଜଣାପଡ଼ିନାହିଁ। ପୁଲିସ ମୃତଦେହର ପୋଷ୍ଟର ମାରି ମୃତକଙ୍କ ପରିଚୟ ଖୋଜୁଛି। ଗତକାଲି ଟୁଇନ୍ ସିଟିର ବିଭିନ୍ନ ସ୍ଥାନରେ ଶହେ ପୋଷ୍ଟର ମରା ଯାଇଥିବା ବେଳେ ରବିବାର ଆଉ ୫୦ ଟି ପୋଷ୍ଟର ଲଗାଯାଇଛି। ତଥାପି ମୃତକଙ୍କ ପରିଚୟ ମିଳିବା ସମ୍ଭବ ହୋଇନାହିଁ। ଫଳରେ ପୁଲିସ ପାଇଁ ଏହି ରହସ୍ୟମୟ କାଣ୍ଡ ଏକ ଚ୍ୟାଲେଞ୍ଜ୍‌ ହୋଇ ଠିଆ ହୋଇଛି।

ଆଜି (ସୋମବାର) ଆଉ ଶହେ ପୋଷ୍ଟର ଲଗାଇବାକୁ ପୁଲିସ ଯୋଜନା ରଖିଛି। ଏଭିତରେ ପୁଲିସ ପାଖକୁ ଆହୁରି ୧୦ ନିଖୋଜ ମାମଲା ମଧ୍ୟ ଆସିଛି। କିନ୍ତୁ ସେଥିରୁ ମଧ୍ୟ ପୁଲିସକୁ ବିଶେଷ ଫାଇଦା ମିଳିପାରିନାହିଁ। ସୂଚନାଯୋଗ୍ୟ ଗତ ବୁଧବାର ବରିମୁଣ୍ଡ ନିକଟ କୁଆଖାଇ ନଦୀପଠାରୁ ଜଣେ ଯୁବକଙ୍କ ଗଳିତ ଶବ ବାଲି ଭିତରୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର