ଚନ୍ଦ୍ରଶେଖରପୁର : କରୋନା ପାଇଁ ଜାରି ରହିଛି ଲକ୍ଡାଉନ୍। ପ୍ରଥମେ ୨୧ଦିନ ତଥା ଏପ୍ରିଲ ୧୪ ପର୍ଯ୍ୟନ୍ତ ସବୁ କିଛି ବନ୍ଦ କରାଗଲା। ଏବେ ରାଜ୍ୟ ସରକାର ଏପ୍ରିଲ ୩୦ ଯାଏ ସାରା ରାଜ୍ୟକୁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ସବୁ କିଛି ବନ୍ଦ ରହିଛି। ପାଠପଢ଼ା ବି ହେଉନି। ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ କିଏ ଅନ୍ଲାଇନ୍ରେ ପଢ଼ୁଛନ୍ତି ତ ଆଉ କିଏ ମୋବାଇଲରେ ଦିନ କାଟୁଛନ୍ତି।
ଏହାରି ଭିତରେ ସହରର ଯୁବପିଢ଼ିଙ୍କ ଚାଲିଚଳଣୀ ବଦଳି ଗଲାଣି। ନା ଅଛି ପାର୍କ ଯାଇ ରୋମାନ୍ସ କରିବା ଚିନ୍ତା ନା ଡ୍ୟାନ୍ସ ବାର୍। କେବଳ ଘର ଭିତରେ ବନ୍ଦୀ ଜୀବନ କଟୁଛି। ପରିବାର ସହ ଦିନରାତି ରହିବା ସହ ପରସ୍ପର ମଧ୍ୟରେ ହସଖୁସି ବାଣ୍ଟୁଛନ୍ତି। ତେବେ ସନ୍ଧ୍ୟା ସମୟରେ ସହରର ବିଭିନ୍ନ ମାର୍କେଟ୍ରେ ବୁଲାବୁଲି କରୁଥିବା ଯୁବପିଢ଼ି ଏବେ ଘର ଭିତରେ ସମୟ ବିତାଉଛନ୍ତି। ପରିବାରଲୋକଙ୍କ ସହ ଲୁଡୁ, ତାସ ଖେଳୁଛନ୍ତି। ଅନ୍ତାକ୍ଷରୀରେ ବି ସମୟ ବିତୁଛି। ଭୁବନେଶ୍ୱର ସହରର ପ୍ରାୟ ପରିବାରରେ ଏଭଳି ଦୃଶ୍ୟମାନ ଦେଖିବାକୁ ମିଳୁଛି। ଶୈଳଶ୍ରୀବିହାରର ସନ୍ତୋଷ ରାୟଙ୍କ କହିବାନୁଯାୟୀ, ପାଖାପାଖି ୨୦ ଦିନ ହେଲାଣି ଘରେ ରହିଛୁ। ବାହାରକୁ ଯାଇ ହେଉନି। କଟକଣା ଯୋଗୁଁ ବହୁତ ହଇରାଣ ହେବାକୁ ପଡ଼ୁଛି। କେବଳ ଯାହା ବଜାରରୁ ସାମଗ୍ରୀ ଆଣିବାକୁ ବେଳେ ବେଳେ ଯାଉଛୁ। ନ ହେଲେ ନାହିଁ। ଯଦି ବି ଗଲୁ, ଲୁଚାଛପାରେ, ତା’ ପୁଣି ବିନା ବାଇକ୍ରେ। ରାତିରେ ପରିବାର ସହ ସମୟ ବିତୁଛି। ଭାଇ ଭଉଣୀ ମିଶି ଧୂମ କ୍ୟାରମ ଖେଳୁଛୁ।
ସହିଦନଗର ଅଞ୍ଚଳର ସୁଶ୍ରୀ ଅଙ୍କିତାଙ୍କ କହିବାନୁଯାୟୀ, ପରିବାର ସହ ସମୟ ବିତାଇବାର ଏହା ଏକ ସୁବର୍ଣ୍ଣ ସୁଯୋଗ। ଆଗରୁ କେବେ ପରସ୍ପର ସହ ମିଶିବାର ଏଭଳି ସମୟ ମିଳୁନଥିଲା। ଏବେ ସନ୍ଧ୍ୟା ହେବା କ୍ଷଣି ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଗୋଟିଏ ସ୍ଥାନରେ ବସି ଲୁଡୁ ଓ ତାସ ଖେଳୁଛୁ। ରାତି ୧୦ଟା ଯାଏ ସମୟ ବିତିଯାଉଛି। ବହୁତ ମଜା ବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/keshab-1.jpeg.jpg)