ଯୁବ ସ୍ୱାଭିମାନ ଦିବସରେ ରକ୍ତଦାନ ଶିବିର ସହିଦ୍‌ କ୍ଲବ୍‌

ଭୁବନେଶ୍ୱର: ଆଜି ଯୁବ ସ୍ୱାଭିମାନ ଦିବସ ପାଳନ ଅବସରରେ ସ୍ଥାନୀୟ ସହିଦନଗରସ୍ଥିତ ସହିଦ କ୍ଲବ୍‌ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୬୦ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି। ‘ସମ୍ବାଦ-ଆମ ଓଡ଼ିଶା’ ସହଯୋଗରେ ଆୟୋଜିତ ଏହି ଶିବିରରେ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। କ୍ଲବ୍‌ ପକ୍ଷରୁ ପ୍ରକାଶ କୁମାର ହାତୀ ଏହି ଶିବିର ସଂଯୋଜନା କରିଥିଲେ। ସୁମନ ପ୍ରଧାନ, ରାହୁଲ ଦାସ, ଶକ୍ତି ପ୍ରସାଦ ଜୀ, ସଂଜୀବ ସାମନ୍ତରାୟ, ସୌମ୍ୟ ସାର୍ଥକ ରାୟ, ଆଲୋକ ପୃଷ୍ଟି, ବିଶ୍ୱରଂଜନ ରାୟ, ବିଭୁଦତ୍ତ ଦାସ, ପିଣ୍ଟୁ ସ୍ୱାଇଁ, ଯତୀନ ଚୌଧୁରୀ, ରାଜେନ୍ଦ୍ର ପାଣିଗ୍ରାହୀ, ତନ୍ମୟ ପରିଡ଼ା, ରାଜେନ୍ଦ୍ର ପାଗଲ, ସରୋଜ ଗଡ଼ନାୟକ, ମୟୂର ଜେନା, ନାରାୟଣ ବେହେରା, ସନ୍ଦୀପ ସ୍ୱାଇଁ, ଉପେନ୍ଦ୍ର ଭଂଜ, ରଂଜିତ ବେହେରା, ଅଂଶୁମାନ ଅଗସ୍ତି, ରାଜ କିଶୋର ଦାସ, ଆଶୀର୍ବାଦ ମିଶ୍ର, ସର୍ବେଶ୍ୱର ପାଣିଗ୍ରାହୀ, ସଲମା, ଅକୁଲ ଅଗ୍ରୱାଲ, ବୈଦ୍ୟପ୍ରକାଶ ସାହୁ, ସ୍ୱାଗତ ବିଶ୍ୱାଳ, ପ୍ରଭା ପ୍ରକାଶ ସାହୁ, ଆଦର୍ଶ ବକ୍ସି, ଅଭିଷେକ ନାୟକ, ଦେବଜିତ୍‌ ପ୍ରଧାନ ଓ ପ୍ରେମ ସାହା ଏହି ଶିବରକୁ ପରିଚାଳନା କରିଥିଲେ। ମୁନିସିପାଲିଟି ହସ୍‌ପିଟାଲ ରକ୍ତଭଣ୍ଡାର ଅଧିକାରୀ ଡା. ଜୟଦୀପ ଘୋଷ ଓ ସହକର୍ମୀମାନେ ରକ୍ତସଂଗ୍ରହ କରିଥିଲେ।

ସମ୍ବାଦ ଭବନ
‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଆଜି ‘ସମ୍ବାଦ ଭବନ’ରେ ‘ଯୁବ ସ୍ୱାଭିମାନ ଦିବସ’ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆମ ଓଡ଼ିଶା ପକ୍ଷରୁ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଏଥିରେ ସମ୍ବାଦ, କନକ ଟିଭି ଓ ରେଡିଓ ଚକଲେଟ୍‌ର ବହୁ କର୍ମଚାରୀ ଯୋଗଦେଇ ରକ୍ତଦାନ କରିଥିଲେ। ଏହି ଶିବିରରୁ ମୋଟ୍‌ ୧୫୬ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। କ୍ୟାପିଟାଲ ହସ୍ପିଟାଲ ବ୍ଲଡ୍‌ ବ୍ୟାଙ୍କ ପକ୍ଷରୁ ରକ୍ତ ସଂଗ୍ରହ ହୋଇଥିଲା। ବ୍ଲଡ୍‌ ବ୍ୟାଙ୍କ ଅଧିକାରୀ ଡା.ଦେବାଶିଷ ମିଶ୍ର ଓ ସହଯୋଗୀମାନେ ରକ୍ତ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର