ଭୁବନେଶ୍ୱର: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭୁବନେଶ୍ୱରସ୍ଥିତ ଜେଡ୍ ଓ୍ଵାନ୍ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଜେଡ୍ ଓ୍ଵାନ୍ ହୋମ୍ େଓ୍ଵଲ୍ଫେୟାର ଫୋରମ୍ ପକ୍ଷରୁ ଅନୁଷ୍ଠିତ ଏହି ଶିବିରରେ ଜେଡ୍ ଓ୍ଵାନ୍ରେ ବସବାସ କରୁଥିବା ଲୋକଙ୍କ ସମେତ କର୍ମଚାରୀମାନେ ରକ୍ତଦାନ କରିଥିଲେ। ସକାଳ ୯ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଆୟୋଜିତ ଏହି ଶିବିରରେ ୪୫ଜଣ କର୍ମଚାରୀଙ୍କ ସମେତ ମୋଟ ୬୨ଜଣ ରକ୍ତଦାନ କରିଥିଲେ। ଗତବର୍ଷ ମଧ୍ୟ ଏହିଭଳି ଏକ ଶିବିରର ଆୟୋଜନ କରାଯାଇଥିବା ବେଳେ ଭବିଷ୍ୟତରେ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଜେଡ୍ ଓ୍ଵାନର ବାସିନ୍ଦା ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର କହିଛନ୍ତି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ରେଡକ୍ରସ ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିଲା।
ଜେଡ୍ ଓ୍ଵାନ୍ ପକ୍ଷରୁ ରକ୍ତଦାନ ଶିବିର
/sambad/media/post_attachments/wp-content/uploads/2018/08/raktadana.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)