ନୂଆ ରୂପରେ ଜୀ ସାର୍ଥକର ପ୍ରଚାର ଅଭିଯାନ

ଚନ୍ଦ୍ରଶେଖରପୁର: ଜୀ ସାର୍ଥକ ପକ୍ଷରୁ ‘ନୂଆ କାହାଣୀ ନୂଆ ରଙ୍ଗରେ ଅତୁଟ ସମ୍ପର୍କ ଆମ ସାଙ୍ଗରେ’ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ମାଧ୍ୟମରେ ନୂଆ ରୂପରେ ଦର୍ଶକଙ୍କ ପାଖରେ ପହଞ୍ଚିବାକୁ ପ୍ରୟାସ ଆରମ୍ଭ ହୋଇଛି। ଏ ନେଇ ଆଜି ହୋଟେଲ ସ୍ବସ୍ତି ପ୍ରିମିୟମ୍‌ଠାରେ ଜୀ ସାର୍ଥକ ଚ୍ୟାନେଲ ପକ୍ଷରୁ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅଭିଯାନର ଶୀର୍ଷକ ଗୀତ ଗାଇଛନ୍ତି ସୁପ୍ରସିଦ୍ଧ ଗାୟିକା ଆକୃତି କକର୍‌ ଏବଂ ଏଥିରେ ସଂଗୀତ ପରିଚାଳନା କରିଛନ୍ତି ଇନ୍ଦ୍ରଜିତ ଦାସଗୁପ୍ତା। ଏହି କାର୍ଯ୍ୟକ୍ରମରେ ଜୀ ସାର୍ଥକର‌ ବିଭିନ୍ନ ସେ’ ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗତ କିଛି ବର୍ଷ ମଧ୍ୟରେ ଜୀ ସାର୍ଥକ ତା’ର ଲୋକପ୍ରିୟ ସୋ’ ଝିଲୀ, ବିଜୟିନୀ, ସୁନାଝିଅ, ଦିଦି ନଂ-୧, ସାରେଗାମାପା ଭଳି ଅନେକଗୁଡ଼ିଏ ଆଇପି ଫର୍ମାଟକୁ ଚ୍ୟାନେଲ ଗୁରୁତ୍ବ ଦେଇଛି।

ଏ ନେଇ ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍ କହିଛନ୍ତି ଯେ, ଝିଲୀ ଓ ଦିଦି ନଂ-୧ ଭଳି ସାମ୍ପ୍ରତିକ ସୋ’ରୁ ଯେଉଁ ସଫଳତା ମିଳିଛି, ତାହା ଆହୁରି ସୁନ୍ଦର ମନୋରଂଜନ ପ୍ରଦାନ କରିବ। ଆଗାମୀ ଦିନରେ ଦର୍ଶକଙ୍କ ପାଇଁ ଆମ ପାଖରେ ବିଶେଷ ଆକର୍ଷଣୀୟ କଣ୍ଟେଣ୍ଟ୍ ରହିଛି। ସେଗୁଡ଼ିକ ମଧ୍ୟରେ ନୂଆ ସିଜିନର ଖୁବ୍‌ ଜନପ୍ରିୟ ସୋ’ ସାରେଗାମାପା, ଡ୍ୟାନ୍ସ୍ ଓଡ଼ିଶା ଡ୍ୟାନ୍ସ୍ ଏବଂ ଆହୁରି ଅନେକ ନୂଆ କାହାଣୀ, ଯାହା ଚ୍ୟାନେଲ ଓ ଦର୍ଶକଙ୍କ ସହ ସମ୍ପର୍କକୁ ସୁଦୃଢ଼ କରିବ। ମୁଖ୍ୟ କ୍ଲଷ୍ଟର ଅଫିସର ସମ୍ରାଟ ଘୋଷ କହିଛନ୍ତି, ଜୀ ରେ ଆମେ ସର୍ବଦା ଦର୍ଶକମାନଙ୍କୁ କେନ୍ଦ୍ରରେ ରଖିଥାଉ। ଜୀ ସାର୍ଥକ ହେଉଛି ନଂ-୧ ଓଡ଼ିଆ ଜିଇସି ଚ୍ୟାନେଲ ଏବଂ ଭାରତର ଅନ୍ୟତମ ସଫଳ ଆଞ୍ଚଳିକ ଜିଇସି ଚ୍ୟାନେଲ। ଆମର ବ୍ରାଣ୍ଡ ଏବଂ କଣ୍ଟେଣ୍ଟ ସବୁବେଳେ ପ୍ରଗତିଶୀଳ ଓ ସାଂସ୍କୃତିକ ମୂଳ ଚିନ୍ତାଧାରା ଉପରେ ପର୍ଯ୍ୟବସିତ।

ସମ୍ବନ୍ଧିତ ଖବର