ଜୀ ସାର୍ଥକ ‘ରଜ କୁଇନ୍’ର ଗାଲା ରାଉଣ୍ଡ୍‌ ୧୧ରୁ

ଭୁବନେଶ୍ବର: ଜୀ ସାର୍ଥକର ରଜ କୁଇନ୍‌ର ଗାଲା ରାଉଣ୍ଡ୍‌ ଜୁନ୍ ୧୧ରୁ ରାତି ୯ଟା ୩୦ରେ ପ୍ରତି ଶନିବାର ଓ ରବିବାର ପ୍ରସାରିତ ହେବ। ଅଡିସନ୍‌ ରାଉଣ୍ଡରେ ଓଡ଼ିଶାର ବିଭିନ୍ନ ସହରରୁ ବଛା ଯାଇଥିବା ପ୍ରତିଯୋଗୀମାନେ ଗାଲା ରାଉଣ୍ଡକୁ ଆସିଛନ୍ତି। ଏହି ଗାଲା ରାଉଣ୍ଡରୁ ବଛା ହେବେ ରଜ କୁଇନ୍-୨୦୨୨। ସବୁବେଳେ ଓଡ଼ିଶାର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଜୀ ସାର୍ଥକ ବିଭିନ୍ନ ସୋ ମାଧ୍ୟମରେ ପ୍ରୟାସ କରିଥାଏ। ଏଥର ଗାଲା ରାଉଣ୍ଡକୁ ଉନ୍ନିତ ହେଇଛନ୍ତି ୧୨ ଜଣ ସିନିୟର ଓ ୧୨ ଜଣ ଜୁନିଅର ପ୍ରତିଯୋଗୀ।

ଏହି ରାଉଣ୍ଡରେ ହିଁ ଶ୍ରେଷ୍ଠ ପ୍ରଦର୍ଶନ କରି ସେମାନଙ୍କ ମଧ୍ୟରୁ ଜଣେ ଲେଖାଏଁ ପିନ୍ଧିବେ ଏବର୍ଷର ରଜ କୁଇନ୍ ମୁକୁଟ। ଅଡିସନ୍ ରାଉଣ୍ଡରେ ପ୍ରତିଯୋଗୀଙ୍କ ପ୍ରତିଭା, ବ୍ୟକ୍ତିତ୍ବ, ଦୂରଦୃଷ୍ଟି ଓ ସ୍ମାର୍ଟନେସ୍ ଉପରେ ଗୁରୁତ୍ବ ପ୍ରଦାନ କରାଯାଇ ଗାଲା ରାଉଣ୍ଡକୁ ବଛାଯାଇଛି। ଗାଲା ରାଉଣ୍ଡରେ ଅଭିନେତ୍ରୀ ତମନ୍ନା, ଦିବ୍ୟା, ସୂର୍ଯ୍ୟମୟୀ, ଅଭିନେତା ଶ୍ରୀତମ ଦାସ, ରାକେଶ, ରିଷି ଓ ହରିହର ପ୍ରମୁଖ କଳାକାରମାନେ ବିଚାରକ ଭାବେରେ କାର୍ଯ୍ୟ କରୁଛନ୍ତି ।

ସମ୍ବନ୍ଧିତ ଖବର