ଜିରୋ ନାଇଟ୍‌ ସେଲିବ୍ରେସନ୍‌ ପାଇଁ ତାରକା ହୋଟେଲ୍‌ରେ ବ୍ୟାପକ ପ୍ରସ୍ତୁତି, ଅଗ୍ନିଶମ ବିଭାଗର ଯାଞ୍ଚ ଆରମ୍ଭ

ଭୁବନେଶ୍ୱର: କ୍ୟାଲେଣ୍ଡର ବର୍ଷ ୨୦୧୮ ଆଉ କେଇ ଘଣ୍ଟା ପରେ ଇତିହାସ ପାଲଟି ଯିବ। ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ରାଜଧାନୀର ତାରକା ହୋଟେଲରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏଥି ପାଇଁ ଡିସେମ୍ବର ୩୧ ରାତି ୧୨ଟାକୁ ଟାର୍ଗେଟ ରଖାଯାଇଛି। ଜିରୋ ନାଇଟ୍‌ ସମୟରେ ବାଣ ଫୁଟିବ, ଡିଜେ ବାଜିବ। କାର୍ଯ୍ୟକ୍ରମକୁ ଅଧିକ ଉପଭୋଗ କରିବେ ଅତ୍ୟାଧୁନିକ ଯୁଗର ଯୁବପୀଢ଼ି। କାରଣ ଯୁବପୀଢ଼ୀ ତାରକା ହୋଟେଲର ଜିରୋ ନାଇଟ୍‌ ପାର୍ଟିରେ ଅଂଶଗ୍ରହଣ କରିବାକୁ ନିଜର ଟିକେଟ ବୁକିଂ କରିଛନ୍ତି । କିଛି ହୋଟେଲରେ ଦଂପତ୍ତିଙ୍କ ପ୍ରବେଶ ଶୁଲ୍କ ୫୦୦୦ ଟଙ୍କା ପର୍ଯ୍ୟନ୍ତ ନିଆଯାଉଛି।

ଜିରୋ ନାଇଟ୍‌ ଆଳରେ କିଛି ଅପରାଧିକ ଗତିବିଧି ମଧ୍ୟ ଦେଖାଯାଇଥାଏ। କମିସନରେଟ ପୁଲିସ ଏଥି ପାଇଁ ପ୍ରସ୍ତୁତି ଚଳାଇଛି। ଡିସେମ୍ବର ୩୧ ରାତି ଆରମ୍ଭ ହୋଇଯିବା ପରେ ପୁଲିସ ଯୁବପୀଢ଼ି, ଦୁର୍ବୃତ୍ତଙ୍କ ଉପରେ ନଜର ରଖିବ। ଏହି ସମୟରେ ପେଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବ।

ସେହିପରି ଜିରୋ ନାଇଟ କାର୍ଯ୍ୟକ୍ରମରେ ଯେଭଳି କୌଣସି ଅଗ୍ନିକାଣ୍ଡ ଅଥବା ସଂପର୍କିତ ଗତିବିଧି ନ ଘଟେ ସେଥିପାଇଁ ଅଗ୍ନିଶମ ବିଭାଗ ସତର୍କ ରହିଛି। ଅଗ୍ନିଶମ ବିଭାଗର ଅଧିକାରୀମାନେ ରବିବାର ଠାରୁ ତାରକା ହୋଟେଲ ଯାଞ୍ଚ କରିଛନ୍ତି। ସରକାରଙ୍କ ଗାଇଡ଼ଲାଇନ ଏଠାରେ ପାଳନ କରାଯଉଛି କି ନାହିଁ ତାହା ତଦାରଖ କରିଛନ୍ତି।

ସମ୍ବନ୍ଧିତ ଖବର