ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ପ୍ରସ୍ତୁତି ଜୋରଦାର, ଭୁବନେଶ୍ୱର ଆସୁଛନ୍ତି ରୁଷୀୟ ଡ୍ୟାନ୍ସର : ଜାଣନ୍ତୁ କେଉଁଠି ହେବ କେମିତି ?

ଭୁବନେଶ୍ବର :  ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଆରମ୍ଭ ହୋଇଛି କାଉଂଟ ଡାଉନ । ଆଉ ଏଥିପାଇଁ ଟୁଇନ୍ ସିଟି କଟକ ଓ ଭୁବନେଶ୍ୱରର ବିଭିନ୍ନ କ୍ଲବ ଓ ହୋଟେଲରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ଜିରୋ ନାଇଟ୍ ପାଇଁ କେଉଁଠି ରହିଛି ମସ୍କିରାଇଡ୍ ଡାନ୍ସ ତ ପୁଣି କେଉଁଠି କପଲ୍ ସ୍ପେଶାଲ୍ ଜିରୋ ନାଇଟ୍ ଆଟ୍ରାକ୍ସନ୍ । ରାଜଧାନୀକୁ ହାପି ନ୍ୟୁ ଇୟର କହିବା ପାଇଁ ଆସୁଛନ୍ତି ଋଷିୟ ଡାନ୍ସର ।

ରାଜଧାନୀ ଭୁବନେଶ୍ୱରରେ କିଛି ଏଭଳି ବସିବ ଜିରୋ ନାଇଟ୍ ସେଲିବ୍ରେସନର ମେହଫିଲ୍ । ସୁଆଦିଆ ଖାଦ୍ୟ ସାଙ୍ଗକୁ ଷ୍ଟାର୍ ସିଙ୍ଗରଙ୍କ ମ୍ୟୁଜିକାଲ୍ ମେଲୋଡ଼ି । ଚାଲିଥିବ ନାଚଗୀତ ଆଉ ନୂଆବର୍ଷ ୨୦୧୯କୁ ରଂଗାରଂଗ ମାହୋଲ୍ ଭିତରେ ସ୍ୱାଗତ କରୁଥିବ ଭୁବନେଶ୍ୱର ।

ବଲିଉଡ୍ ସିନେମା ପରି ମୁହଁରେ ମୁଖା ପିନ୍ଧି ଝୁମିବେ ଯୁବପିଢ଼ି । ଜିରୋ ନାଇଟକୁ ଧୁମଧାମରେ ପାଳନ କରିବାକୁ ହୋଟେଲ୍ ଅଶୋକା ପକ୍ଷରୁ ଆସନ୍ତାକାଲି ମକ୍ସିରାଇଡ୍ ଡାନ୍ସ କାର୍ଯ୍ୟକ୍ରମ ରଖାଯାଇଛି । ଏଥିପାଇଁ ଟିକଟ୍ ଦର ୧୯୯୯ ଟଙ୍କା ଥିବା ବେଳେ ମାଗଣା ଖାଦ୍ୟର ବ୍ୟବସ୍ଥା ରଖାଯାଇଛି ।

ଦେଖିବା ଭୁବନେଶ୍ୱରର ଅନ୍ୟ ହୋଟେଲରେ କ’ଣ ରହିଛି ବ୍ୟବସ୍ଥା ?

– ପ୍ରାଚୀ ରିସର୍ଟ –
ଡିଜେ, ଗ୍ରୁପ୍ ଡାନ୍ସ, ଆଇଟମ୍ ଡାନ୍ସ ଓ ସଙ୍ଗୀତ କାର୍ଯ୍ୟକ୍ରମ

– ହୋଟେଲ୍ ଏଚଏଚଆଇ –

ଲାଇଭ୍ ବ୍ୟାଣ୍ଡ, ଓଲିଉଡ୍ ସିଙ୍ଗର, ରୁଷୀୟ ଡାନ୍ସର ମେରିନାଙ୍କ ନୃତ୍ୟ

– ହୋଟେଲ୍ ପୁଷ୍ପକ –

ଓଲିଉଡ୍ ସିଙ୍ଗର, ଆଇଟମ୍ ଡାନ୍ସ, ସରପ୍ରାଇଜ୍ ଗିଫ୍ଟ

ଜିରୋ ନାଇଟକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ହୋଟେଲ ଓ କ୍ଲବ । ଅନ୍ୟପଟେ ଏହି ସବୁ ପ୍ରତିଷ୍ଠାନ ଗୁଡିକର ସୁରକ୍ଷା ସମ୍ପର୍କିତ ଯାଂଚ କରିଛି ଅଗ୍ନିଶମ ବିଭାଗ । ସୁରକ୍ଷା ନେଇ ଗାଇଡ ଲାଇନକୁ ହୋଟେଲ ଓ କ୍ଲବ କର୍ତ୍ତୃପକ୍ଷ ପାଳନ କରୁଛନ୍ତି କି ନାହିଁ କରାଯାଇଛି ଯାଂଚ । ନୂଆବର୍ଷରେ ନୂଆ ସକାଳ । ତେବେ ତା’ପୂର୍ବରୁ ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ଡିସେମ୍ବର ୩୧ ଠିକ ମଧ୍ୟରାତ୍ରିରେ ଜିରୋନାଇଟ୍ ସେଲିବ୍ରେସନ୍ ଆଉ ଏଥିପାଇଁ ବେଶ୍ ପ୍ରସ୍ତୁତ ରାଜଧାନୀ ଭୁବନେଶ୍ୱର ।

ସମ୍ବନ୍ଧିତ ଖବର