ଆଜି ମଧ୍ୟାହ୍ନରେ ଛାଇ ହଜିବ 

ଭୁବନେଶ୍ୱର : ସୋମବାର ପୂର୍ବାହ୍ନରେ ୧୧ଟା ୪୩ରେ ଆପଣଙ୍କ ଛାଇ ହଜିଯିବ। ଆପଣ ଘରେ ବସି ମଧ୍ୟଏହି ଅନୁଭୂତିି ପାଇପାରିବେ। ଏହାକୁ ଦେଖିବା ପାଇଁ କୌଣସି ଯନ୍ତ୍ରପାତିର ଆବଶ୍ୟକତା ନାହିଁ। ଏକ ସମତଳ ଜାଗାରେ ଖୁଣ୍ଟି, ଚାରିକୋଣିଆ ବାକ୍ସ, ବୋତଲ, ଇଟା ଭଳି କିଛି ଜିନିଷ ଖରା ପଡ଼ୁଥିବା ସ୍ଥାନରେ ଲମ୍ବ ଭାବରେ ରଖିବେ ଓ ନିର୍ଧାରିତ ସମୟର କିଛି ସମୟ ପୂର୍ବରୁ ଲକ୍ଷ୍ୟ କଲେ ଜାଣିପାରିବେ, କିପରି ବସ୍ତୁଟିର ଛାଇ ଧୀରେଧୀରେ ଛୋଟ ହୋଇ ଉଭେଇ ଯାଉଛି ଓ କିଛି ସମୟ ପରେ ପୁଣି ଦେଖାଯିବ। ପଠାଣି ସାମନ୍ତ ପ୍ଲାନେଟୋରିୟମରେ ଏହି ଦୃଶ୍ୟ ଦେଖିବାର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଏଥିପାଇଁ ପୂର୍ବାହ୍ନ ୧୧.୩୦ଟାରେ ଉପସ୍ଥିତ ରହିବାକୁ ପ୍ଲାନେଟୋରିୟମ ପକ୍ଷରୁ ସୂଚନା ଦିଆଯାଇଛି। ବୈଜ୍ଞାନିକ କାରଣର ସମସ୍ତ ତଥ୍ୟ ଜନସାଧାରଣଙ୍କୁ ଦିଆଯିବାର ବ୍ୟବସ୍ଥା ହୋଇଛି। ଏଥିପାଇଁ କୌଣସି ପ୍ରବେଶ ଶୁଳ୍କ ନାହିଁ। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଦେଖିପାରିବେ। ପ୍ରୋଜେକ୍ଟରରେ ଏହାକୁ ପୁର୍ନବାର ଦେଖିବାକୁ ସୁଯୋଗ ମଧ୍ୟ ମିଳିବ ବୋଲି ପ୍ଲାନେଟାରିୟମ୍‌ ଉପନିର୍ଦ୍ଦେଶକ ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର