ପୁରୁଣା ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଦ୍ବିତୀୟ ଦିନରେ ୪ଜଣ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେଥିମଧ୍ୟରୁ ଜଟଣୀ ଅଞ୍ଚଳର କଂଗ୍ରେସରୁ ଦୁଇଜଣ, ଭୁବନେଶ୍ବରରୁ ଜଣେ ଓ ବାଲିପାଟଣାରୁ ଜଣେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଜଟଣୀ ବ୍ଲକର କଂଗ୍ରେସରୁ ୭ନଂ ଜୋନ୍ ପାଇଁ ସସ୍ମିତା ଗୁମାନସିଂ, ୮ ନମ୍ବର ପାଇଁ ଜ୍ୟୋତିର୍ମୟୀ ଛୋଟରାୟ, ଭୁବନେଶ୍ବର ବ୍ଲକର ୨୮ନମ୍ବର ଜୋନ୍ରୁ ଅଜୟ ପରିଡ଼ା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପୂର୍ବାହ୍ନରେ ଏକ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଦେବବ୍ରତ ସାହୁଙ୍କୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଦଳର ଜିଲ୍ଲା ସଭାପତି ତଥା ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ଏନ୍ଏସି ଅଧ୍ୟକ୍ଷ ସଂଗ୍ରାମ ରାଉତରାୟ, କଂଗ୍ରେସ ନେତା ବିବେକାନନ୍ଦ ବଡ଼ଜେନା, ତ୍ରିଲୋଚନ ପ୍ରଧାନ, ସୁଧାଂଶୁ ମୋହନ ପଟ୍ଟନାୟକ, ସୁକାନ୍ତ ଛୋଟରାୟ, କୈବଲ୍ୟ ସାମନ୍ତରାୟ, ପ୍ରମୋଦ ଶ୍ରୀଚନ୍ଦନ, ସୁନୀଲ ରାଉତରାୟ, ସୁଶୀଲ ସ୍ବାଇଁ, ପିଣ୍ଟୁ ମହାରଥୀଙ୍କ ସହ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ବାଲିପାଟଣା ୨୧ନଂ ଜୋନ୍ରୁ ସ୍ବାଧୀନ ପ୍ରାର୍ଥୀ ସୁବଳ ମଲିକ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଅପରପକ୍ଷେ ବ୍ଲକ୍ କାର୍ଯ୍ୟାଳୟରେ ୬ଜଣ ସମିତି ସଭ୍ୟା ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ଜଣାଯାଇଛି। ବିଭିନ୍ନ ପଞ୍ଚାୟତ ସମିତିରେ ସରପଞ୍ଚ ପାଇଁ ୬ଜଣ, ୱାର୍ଡ ମେମ୍ବର ପାଇଁ ୭୭ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବା ଜଣାଯାଇଛି।
୭, ୮ ଓ ୨୮ ନଂ ଜିଲ୍ଲା ପରିଷଦ ସଭ୍ୟ ପାଇଁ କଂଗ୍ରେସର ପ୍ରାର୍ଥିପତ୍ର ଦାଖଲ
/sambad/media/post_attachments/wp-content/uploads/2022/01/5f4h65sfh465hfsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)