ଭୁବନେଶ୍ୱର: ସହିଦନଗର ସ୍ଥିତ ଜନଗଣନା ଅଫିସ ନିକଟରୁ ସହିଦନଗର ଥାନା ପୁଲିସ ଜଣେ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର କରିଛି। ବ୍ୟବଚ୍ଛେଦ ପାଇଁ ପୁଲିସ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ରବିବାର ସକାଳେ ଯୁବକଙ୍କ ଶବ ପଡ଼ିଥିବା ନେଇ ସ୍ଥାନୀୟ ଲୋକମାନେ ପୁଲିସକୁ ଫୋନ୍କରି ଜଣାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା ତେବେ ତାଙ୍କର କୌଣସି ପରିଚୟ ମିଳିପାରି ନାହିଁ। ତାଙ୍କ ବୟସ ପାଖାପାଖି ୪୦ ବର୍ଷ ହେବ। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧର
/sambad/media/post_attachments/wp-content/uploads/2017/11/tapas-unknown-dead-body.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)