ଭୁବନେଶ୍ବର: ବର୍ତ୍ତମାନ ମନ୍ଦିର ସଂସ୍କାର ନାମରେ ନ୍ୟାୟପାଳିକାଠାରୁ ଆରମ୍ଭ କରି ପ୍ରାଶାସନିକ କ୍ଷେତ୍ରରେ ନୂଆ ନୂଆ ପଦକ୍ଷେପ ନିଆଯାଉଛି। ନୂଆ ନୀତି ନିୟମ ପ୍ରଣୟନ କରାଯାଉଛି। ଯାହାକି ଭବିଷ୍ୟତରେ ଜଗନ୍ନାଥ ସଂସ୍କୃତି ପ୍ରତି ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିବ। ଆଜି ଭାରତୀୟ ବିଦ୍ୟାଭବନରେ ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍ଥାନର ବାର୍ଷିକ ଜଗନ୍ନାଥ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁବାସ ପାଣି ଏହା କହିଥିଲେ। ବିଶିଷ୍ଠ ସାହିତ୍ୟିକ ତଥା ‘ସମୟ’ର ସଂପାଦକ ସାତକଡ଼ି ହୋତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ‘ସମାଜ’ର ପୂର୍ବତନ ସଂପାଦିକା ମନୋରମା ମହାପାତ୍ର ଯୋଗଦେଇ ବିଶ୍ବ ବେଦନାର ବୈଦ୍ୟ ଶ୍ରୀଜଗନ୍ନାଥ ବୋଲି କହିଥିଲେ। ଏହି ଅବସରରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଓ ଗବେଷଣା କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ୬ଜଣ ବ୍ୟକ୍ତିଙ୍କୁ ସମ୍ବର୍ଧିତ କରାଯାଇଥିଲା। ନନ୍ଦିଘୋଷ ସମ୍ମାନରେ ଡ. ଜହୁରୁଲ୍ ଇସ୍ଲାମ, ସୁଦର୍ଶନ ସମ୍ମାନରେ ଶ୍ରୀକାନ୍ତ ପରିଜା, ସୁଭଦ୍ରା ସମ୍ମାନରେ ଡ. ସଙ୍ଗୀତା ଗୋସାଇଁ, ବଳଭଦ୍ର ସମ୍ମାନରେ ଡ. ଶ୍ରୀନିବାସ ଅଚାର୍ଯ୍ୟ, ଜଗନ୍ନାଥ ସମ୍ମାନରେ ଡ. ଅଭୟ କୁମାର ନାୟକ ଏବଂ ଅନନ୍ୟ ସମ୍ମାନରେ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଆସନ୍ତା ରଥଯାତ୍ରା ଉପଲକ୍ଷେ ପ୍ରକାଶ ପାଉଥିବା ‘ଅଚିନ୍ତନୀୟ ଶ୍ରୀଜଗନ୍ନାଥ’ ପୁସ୍ତକର ପ୍ରଛଦପଟ୍ଟ ଚିତ୍ରଶିଳ୍ପୀ ବଳଦେବ ମହାରଥାଙ୍କ ଦ୍ବାରା ଅଙ୍କିତ ପ୍ରଚ୍ଛଦପଟ୍ଟ ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ଏହି ପୁସ୍ତକର ଶୁଭାରମ୍ଭ ତିନି ବିଶିଷ୍ଠ ଜଗନ୍ନାଥ ସଂସ୍କୃତି ଗବେଷକଙ୍କ ରଚନାରୁ ଆରମ୍ଭ ହୋଇଥିଲା। ପୌରୁଷ ସଂପାଦକ ଅସିତ ମହାନ୍ତିଙ୍କର ଦ୍ବାରା ଲିଖିତ ଡ. ବେଣୀ ମାଧବ ପାଢ଼ୀଙ୍କ ରଚିତ ‘ଦାରୁ ଦେବତା’ ପୁସ୍ତକର ପ୍ରଚ୍ଛଦ କାହାଣୀ, ଶ୍ରଦ୍ଧାଞ୍ଜଳି କାନୁନ୍ଗୋଙ୍କ ଲିଖିତ ଶ୍ରୀରାମକୃଷ୍ଣ, ଶାରଦା ଦେବୀ ଓ ଶ୍ରୀଜଗନ୍ନାଥ ଭକ୍ତି ନିଦର୍ଶନ କାହାଣୀ ଏବଂ ଶ୍ରୀକାନ୍ତ ପରିଜାଙ୍କ ଭିକାରୀ ଅହମ୍ମଦଙ୍କ ଜୀବନୀ ଆଧାରିତ ଅନ୍ୟ ଏକ ସାଲବେଗ କାହାଣୀ ପୁସ୍ତକରେ ପ୍ରକାଶ ପାଇବା ପାଇଁ ସମର୍ପିତ ହୋଇଥିଲା। ଅନୁଷ୍ଠାନର ସଂପାଦକ ପୀତବାସ ରାଉତରାୟ ସ୍ବାଗତ ଭାଷଣ ଦେବା ସହ ସଭା ସଂଯୋଜନା କରିଥିଲେ। ଅନୁଷ୍ଠାନର ଆବାହକ ରମାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍ଥାନର ବାର୍ଷିକ ଜଗନ୍ନାଥ ଉତ୍ସବ, ସମ୍ମାନିତ ହେଲେ ୬ ଜଗନ୍ନାଥ ସଂସ୍କୃତି ଗବେଷକ
/sambad/media/post_attachments/wp-content/uploads/2019/05/Untitled-18-15.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)