ଭୁବନେଶ୍ୱର: ମେହେନ୍ତରମାନଙ୍କୁ ଜାତିଗତ ପ୍ରମାଣପତ୍ର ଦାବିରେ ଆଜି ଅଲ୍ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦ ପକ୍ଷରୁ ଲୋୟର ପିଏମ୍ଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପରିଷଦର ସାଧାରଣ ସମ୍ପାଦକ ଅଶୋକ ନାୟକଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ କର୍ମକର୍ତ୍ତା ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍ଜିରେ ପହଞ୍ଚିଥିଲେ। ସେଠାରେ ଦାବି ପୂରଣ ନେଇ ନାରାବାଜି କରିବା ସହ ଧାରଣାରେ ବସିଥିଲେ। ପରେ ଏକ ପ୍ରତିନିଧିଦଳ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ରମେଶ ମାଝୀଙ୍କୁ ଭେଟି ଦାବି ସଂପର୍କରେ ଜଣାଇଥିଲେ। ୧୫ ଦିନ ମଧ୍ୟରେ ଦାବି ସଂପର୍କରେ ଆଲୋଚନା କରାଯିବା ସହ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ ସଂଘ ଧାରଣାରୁ ଓହରିଥିଲା। ସରକାର ଯଦି ଏ ଦିଗରେ ଖୁବ୍ଶୀଘ୍ର ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ଚେତାବନୀ ଦେଇଛି।
ଅଲ୍ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦର ବିକ୍ଷୋଭ
/sambad/media/post_attachments/wp-content/uploads/2018/09/m3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)