ଆଇସିଏସ୍ଇ ଓ ଆଇଏସ୍ଇ ଶ୍ରେଣୀ ପରୀକ୍ଷାରେ ଭୁବନେଶ୍ୱରରେ ଥିବା ସ୍କୁଲଗୁଡ଼ିକ ବାଜି ମାରିଛନ୍ତି। ଭୁବନେଶ୍ୱର ଜୋନ୍ରେ ଥିବା ୯ଟି ସ୍କୁଲରୁ ପରୀକ୍ଷା ଦେଇଥିବା ୮୪୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭ଟି ସ୍କୁଲ ଶତ ପ୍ରତିଶତ ରେଜଲ୍ଟ କରିଛନ୍ତି। ଅପରାହ୍ଣରେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ କ୍ୟାମ୍ପସ୍ରେ ପରସ୍ପରକୁ ମିଠା ଖୁଆଇ ଉତ୍ସବ ମନାଇଥିଲେ।
ଷ୍ଟିଓ୍ଵାର୍ଟ ସ୍କୁଲ
ଦ୍ୱାଦଶ ଶ୍ରେଣୀରେ ପରୀକ୍ଷା ଦେଇଥିବା ୪୦ ଜଣ ଯାକ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଆଦିତ୍ୟ ପ୍ରକାଶ ଦାଶ ୯୫% ମାର୍କ ରଖି ସ୍କୁଲ ଟପର୍ ହୋଇଛନ୍ତି। ଦଶମ ଶ୍ରେଣୀରେ ପରୀକ୍ଷା ଦେଇଥିବା ସମସ୍ତ ୧୪୦ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ୩୮ ଜଣ ୯୦%ରୁ ଅଧିକ ଓ ୩୬ ଜଣ ୮୦%ରୁ ଅଧିକ ରଖିଛନ୍ତି। ସ୍ୱାତିକ୍ ପ୍ରକାଶ ଷଡ଼ଙ୍ଗୀ ୯୭.୧୬% ମାର୍କ ରଖି ସ୍କୁଲ ଟପର୍ ହୋଇଛନ୍ତି।
ଭେଙ୍କଟେଶ୍ୱର ସ୍କୁଲ୍, ୟୁନିଟ୍-୪
ଦଶମ ଶ୍ରେଣୀରେ ୧୩୫ ଜଣ ଯାକ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ୬୦ ଜଣ ୯୦%ରୁ ଅଧିକ ମାର୍କ ରଖିଛନ୍ତି। ଚୌଧୁରି ଅମ୍ଳନ ଦାଶ ୯୭.୧୭% ମାର୍କ ରଖି ସ୍କୁଲ ଟପର୍ ହୋଇଛନ୍ତି ବୋଲି ସ୍କୁଲ ଅଧ୍ୟକ୍ଷ ବି.କେ. ତ୍ରିପାଠୀ କହିଛନ୍ତି।
ଲୟଲା ସ୍କୁଲ
ଦଶମ ଶ୍ରେଣୀରେ ସମସ୍ତ ୧୮୭ ଜଣ ଯାକ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ୧୬ ଜଣ ୯୫%ରୁ ଅଧିକ ମାର୍କ ରଖିଥିବା ବେଳେ ୯୦ରୁ ୯୫% ମଧ୍ୟରେ ୬୪ ଜଣ ଅଛନ୍ତି। ଅଭିପ୍ସା ବେହେରା ୯୭.୪% ମାର୍କ ରଖି ସ୍କୁଲ ଟପର୍ ହୋଇଛନ୍ତି। ଦ୍ୱାଦଶ ଶ୍ରେଣୀରେ ସମସ୍ତ ୪୫ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। କଳା ବିଭାଗରେ ଅନନ୍ୟା ଚକ୍ର ୯୫.୫% ମାର୍କ ରଖି ଟପର୍ ହୋଇଥିବା ବେଳେ ବାଣିଜ୍ୟରେ ପ୍ରିୟା ଅଗ୍ରଓ୍ଵାଲ ୯୪%, ବାୟୋଲୋଜିକାଲ ସାଇନ୍ସରେ ନୀଳାଦ୍ରି କୁମାର ୮୭%, ପ୍ୟୁରୋ ସାଇନ୍ସରେ ଅମନ ମହାନ୍ତି ୮୨% ମାର୍କ ରଖି ରଖି ଟପର୍ ହୋଇଛନ୍ତି।
ସେଣ୍ଟ ଜୋସେଫ୍ ସ୍କୁଲ
ଦଶମ ଶ୍ରେଣୀରେ ୧୬୩ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ୭୪ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖିଛନ୍ତି। ବିପାସା ଦତ୍ତ ୯୮.୫%, ଶ୍ରୀଷ୍ଠା ମିଶ୍ର ୯୮.୩% ଓ ସାଇଶ୍ରେଷ୍ଠ ଓ ସୌମ୍ୟଜିତ୍ ମହାନ୍ତି ୯୮% ଲେଖାଏ ମାର୍କ ରଖି ଯଥାକ୍ରମେ ତିନୋଟି ସ୍ଥାନରେ ରହିଛନ୍ତି। ଗଣିତ ଓ କମ୍ପ୍ୟୁଟର ସାଇନ୍ସରେ ପରୀକ୍ଷାର୍ଥୀ ଶହେରୁ ଶହେ ମାର୍କ ରଖିଛନ୍ତି। ଦ୍ୱାଦଶ ଶ୍ରେଣୀରେ ପରୀକ୍ଷା ଦେଇଥିବା ୪୪ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ଶୁଭାଙ୍ଗୀ ପାଠୀ ୯୬% ମାର୍କ ରଖି ସ୍କୁଲ ଟପର୍ ହୋଇଛନ୍ତି।
ରୁଚିକା ସ୍କୁଲ
ଦଶମ ଶ୍ରେଣୀରେ ୨୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଛାତ୍ର ଆଶୁତୋଷ ଦାସ ୯୬.୬୭% ମାର୍କ ରଖି ସ୍କୁଲ ଟପର୍ ହୋଇଛନ୍ତି। ୫ ଜଣ ୯୦%ରୁ ଅଧିକ ମାର୍କ ରଖିଛନ୍ତି।
ଇଣ୍ଟିଗ୍ରାଲ୍ ସ୍କୁଲ୍, ଆଚାର୍ଯ୍ୟ ବିହାର
ପରୀକ୍ଷା ଦେଇଥିବା ସମସ୍ତ ୧୧ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। କୋମଲ ରଏ ୯୪% ମାର୍କ ରଖି ସ୍କୁଲ ଟପର୍ ହୋଇଛନ୍ତି।
ମିସନ୍ ସ୍କୁଲ, ଜଟଣୀ
ପରୀକ୍ଷା ଦେଇଥିବା ୫୫ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଛାତ୍ର ବରୋଦା ବେହୁରା ୯୪% ମାର୍କ ରଖି ସ୍କୁଲ ଟପର୍ ହୋଇଛନ୍ତି। ୭ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖିଛନ୍ତି।
ଏସ୍ଡିଏ ହାଇସ୍କୁଲ, ଖୋର୍ଧା
ଦଶମରେ ୧୦୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୫ ଜଣ ପାସ୍ କରିଛନ୍ତି। ସଞ୍ଜିତା ପାତ୍ର ୯୦.୩% ମାର୍କ ରଖି ଟପର୍ ହୋଇଛନ୍ତି। ସୌମ୍ୟ ରଞ୍ଜନ ସାହୁ ୮୯.୮% ଓ ନମ୍ରତା ୮୯.୫% ନମ୍ବର ରଖି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।
ଭଲ ମାର୍କ ରହିବ ବୋଲି ଅନୁମାନ କରିଥିଲି। ସେହି ଅନୁଯାୟୀ ୯୭%ରୁ ଅଧିକ ମାର୍କ ରହିଥିବାରୁ ଖୁସି ଲାଗୁଛି। ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦିଗ୍ଦର୍ଶନ ସାଙ୍ଗକୁ ଅଭିଭାବକଙ୍କ ସହଯୋଗ ପାଇଁ ଏଭଳି ସଫଳତା ମିଳିଛି। ଭବିଷ୍ୟତରେ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଛି।
ଚୌଧୁରୀ ଅମ୍ଳାନ ଦାଶ, ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ୟୁନିଟ୍-୪ ଟପର୍୯୦% ମାର୍କ ରହିଥିବାରୁ ଖୁସି ଲାଗୁଛି। ଶିକ୍ଷକମାନଙ୍କ ସହଯୋଗ ସାଙ୍ଗକୁ ଅଭିଭାବକଙ୍କ ମାର୍ଗଦର୍ଶନ ଯୋଗୁଁ ଏହି ସଫଳତା ମିଳିଛି। ଆଗକୁ ବେସିକ୍ ସାଇନ୍ସ କଲେଜରେ ବିଜ୍ଞାନ ପଢ଼ିବା ସହ ଓଏଏସ୍ ପରୀକ୍ଷା ଲାଗି ପ୍ରସ୍ତୁତ ହେବି।
ଶୁଭଲକ୍ଷ୍ମୀ ପାତ୍ର, ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ୟୁନିଟ୍-୪ଯେପରି ଆଶା ରଖିଥିଲି ସେପରି ମାର୍କ ଆସିଛି। ୯୩% ମାର୍କ ରହିଥିବାରୁ ବହୁତ ଖୁସି ଲାଗୁଛି। ପରୀକ୍ଷା ସମୟରେ ବହୁତ କଷ୍ଟ କରିବାକୁ ପଡ଼ିଥିଲା। ଅଭିଭାବକଙ୍କ ସହଯୋଗ ଯୋଗୁଁ ଏଭଳି ରେଜଲ୍ଟ ହୋଇଛି। ଆଗକୁ ଆଇଆଇଟି ଇଞ୍ଜିନିୟର ହେବାକୁ ଲକ୍ଷ୍ୟ ରଖିଛି।
ସ୍ୱେତା ପରିଜା, ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ୟୁନିଟ୍-୪ଆଶା ଅନୁଯାୟୀ ଫଳ ମିଳିଛି। ୯୫.୮୩% ମାର୍କ ରହିଛି। ପରୀକ୍ଷା ସମୟରେ ଅଧିକ ଚିନ୍ତା କରୁ ନ ଥିଲି। ପାଠପଢ଼ାକୁ ଉପଭୋଗ କରୁଥିଲି। ଯେଉଁଥିପାଇଁ ୯୫.୮୩% ମାର୍କ ରହିଛି। ପିଲାମାନେ ଚାପ ମୁକ୍ତ ହୋଇ ପାଠପଢ଼ନ୍ତୁ। ସଫଳତା ମିଳିବ।
ଅନନ୍ୟା ପଣ୍ଡା, ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ୟୁନିଟ୍-୪ମାର୍କ ଟିକିଏ କମିଯାଇଛି। ଇତିହାସ ଓ ଭୂଗୋଳ ବିଷୟରେ କମ୍ ମାର୍କ ମିଳିଛି। ଯେଉଁଥିପାଇଁ ୮୭% ମାର୍କ ରହିଛି। ଭବିଷ୍ୟତରେ ସାମ୍ବାଦିକତା କ୍ଷେତ୍ରରେ କ୍ୟାରିଅର୍ କରିବାକୁ ଲକ୍ଷ୍ୟ ରଖିଛି।
ଅନିଷା ଦେ, ଷ୍ଟୁଆର୍ଟ ସ୍କୁଲପରୀକ୍ଷା ଫଳ ଶୁଣି ଖୁସି ଲାଗୁଛି। ୯୭.୧୬% ମାର୍କ ରଖି ସ୍କୁଲ ଟପର୍ ହେବା ସୌଭାଗ୍ୟର ବିଷୟ। ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କୁ ଆଦର୍ଶ ଭାବେ ଗ୍ର୍ରହଣ କରିଛି। ଆଗକୁ ଆଷ୍ଟ୍ରୋ ଫିଜିକ୍ସରେ କ୍ୟାରିଅର କରିବାକୁ ଲକ୍ଷ୍ୟ।
ସ୍ୱାତିକ୍ ପ୍ରକାଶ ଷଡ଼ଙ୍ଗୀ, ଷ୍ଟୁଆର୍ଟ ସ୍କୁଲଯେତିକି ଆଶା କରୁଥିଲି ସେତିକି ମାର୍କ ମିଳିଛି। ୯୨.୧୬% ମାର୍କ ରହିଛି। ଏହି ସ୍କୁଲରେ ଦ୍ୱାଦଶ ଶ୍ରେଣୀରେ ନାମ ଲେଖାଇବି। ଏଥିସହ ଡକ୍ଟର ହେବାକୁ ଲକ୍ଷ୍ୟ ରଖିଛି। ସେଥିପାଇଁ ଏବେଠାରୁ କୋଚିଂ ଆରମ୍ଭ କରିଦେଇଛି।
ସାଇ ଶିବାନୀ, ଷ୍ଟୁଆର୍ଟ ସ୍କୁଲ