ଭୁବନେଶ୍ବର: ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ୧୨୭ ନମ୍ବର ବୁଥ୍ରେ ଆସନ୍ତାକାଲି (ରବିବାର) ପୁନଃମତଦାନ ହେବ। ସହିଦନଗର ହାଇସ୍କୁଲରେ ହୋଇଥିବା ଏହି ମତଦାନ କେନ୍ଦ୍ରରେ ଏପ୍ରିଲ ୨୩ତାରିଖରେ ମତଦାନ ହୋଇଥିଲେ ହେଁ ଇଭିଏମ୍ ମେସିନ୍ରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ପୁଣି ଥରେ ଏଠାରେ ମତଦାନ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ ଆୟୋଗଙ୍କୁ ସୁପାରିସ କରିଥିଲେ। ଏହାପରେ ଆସନ୍ତା ୧୯ ତାରିଖରେ ଏହି ବୁଥ୍ରେ ପୁନଃ ନିର୍ବାଚନ ହେବ ବୋଲି ନିଷ୍ପତ୍ତି ହୋଇଥିବା ନିର୍ବାଚନମଣ୍ଡଳୀର ରିଟର୍ଣ୍ଣିଂ ଅଧିକାରୀ ଅରୁଣ କୁମାର ବେହେରା ସୂଚନା ଦେଇଛନ୍ତି। ରବିବାର ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ। ଏଠାରେ ସହିଦନଗରର କିଛି ଅଂଶ ଏବଂ ସହିଦନଗର ହାଇସ୍କୁଲ ଅଞ୍ଚଳ ଯାଉଛି। ଏହି ବୁଥ୍ରେ ୮୪୪ଜଣ ମତଦାତା ଥିବାବେଳେ ୪୯୫ଜଣ ପୁରୁଷ ଏବଂ ୩୪୯ଜଣ ମହିଳା ମତଦାତା ଅଛନ୍ତି। ଏହି ନିର୍ବାଚନ ଲାଗି କମିସନ୍ରେଟ୍ ପୁଲିସ ପକ୍ଷରୁ ୧ ପ୍ଲାଟୁନ୍ ପୁଲିସ ବୁଥ୍ରେ ମୁତୟନ କରାଯାଇଛି।
ଆଜି ୧୨୭ନଂ ବୁଥ୍ରେ ପୁନଃମତଦାନ
/sambad/media/post_attachments/wp-content/uploads/2019/05/EVM.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)