ଚନ୍ଦ୍ରଶେଖରପୁର: ଆପୋଲୋ ହସ୍ପିଟାଲ୍ରେ ରବିବାର ଠାରୁ ଆରମ୍ଭ ହେବାକୁ ଯାଉଛି ଫଙ୍କସନାଲ୍ ନ୍ୟୁରୋସର୍ଜିକାଲ୍ ଚିକିତ୍ସା। ଏଥି ନିମନ୍ତେ ବିଦେଶରେ ପ୍ରତିଷ୍ଠା ଲାଭ କରିଥିବା ଭାରତୀୟ ଚିକିତ୍ସାବିତ୍ ପ୍ରଫେସର୍ ଡା. ପରେଶ ଦୋଷୀ ଆପୋଲୋ ହସ୍ପିଟାଲ୍ରେ ଯୋଗ ଦେଇଛନ୍ତି। ଓଡ଼ିଶାରେ ଫଙ୍କସନାଲ୍ ନ୍ୟୁରୋସର୍ଜିକାଲ୍ ଚିକିତ୍ସା ନେଇ ସୁବିଧା ନଥିବାରୁ ବହୁ ରୋଗୀ ରାଜ୍ୟ ବାହାର ହସ୍ପିଟାଲ୍କୁ ଯାଇ ଚକିତ୍ସା କରୁଥିବାରୁ ଏବେ ଓଡ଼ିଶାରେ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ଆପୋଲୋ ହସ୍ପିଟାଲ୍ ଡାକ୍ତର ଆଶିଷ୍ ଚନ୍ଦ୍ରା ଓ ଡ. ଅର୍ନବ ଏସ୍ ରାହା ଡା. ଦୋଷୀଙ୍କ ବିଷୟରେ ପରିଚୟ ଦେଇ କିଛି ରୋଗୀଙ୍କ ଚିକିତ୍ସାର ସଫଳ କାହାଣୀର ପ୍ରାମାଣିକ ଛବି ପ୍ରଦର୍ଶନ କରିଥିଲେ। ସ୍ନାୟୁ ଜନିତ ରୋଗରୁ ମସ୍ତିଷ୍କରେ ଆଘାତ ଲାଗି ହାତ ଥରିବା, ମୁଣ୍ଡ ଝୁଲିଯିବା ଓ ପକ୍ଷାଘାତ ହେବା ଆଦି ରୋଗକୁ ଏହି ଚିକିତ୍ସା ମାଧ୍ୟମରେ ୫ରୁ ୬ବର୍ଷ ମଧ୍ୟରେ ଶତ ପ୍ରତିଶତ ଭଲ କରିହେବ ବୋଲି ଡା. ଦୋଷୀ କହିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp