ଭୁବନେଶ୍ବର: ଭୁବନେଶ୍ବରର ଏକାମ୍ର ନିର୍ବାଚନମଣ୍ଡଳୀ ୱାର୍ଡ ନଂ ୪୪, ୫୭ ଓ ୫୮ରେ ପ୍ରାୟ ୧କୋଟି ୮୦ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶିଳାନ୍ୟାସ କରିଛନ୍ତି। ସେଥିମଧ୍ୟରୁ ବଡ଼ଗଡ଼ ଗ୍ରାମର ଝରଣା ସାହି, ବଡ଼ଗଡ଼ ଥାନା ପାଖ, ସନ୍ତୋଷୀ ମା’ ମନ୍ଦିର ପାଖ, ପାଣ୍ଡବ ନଗର, ରାଜାରାଣୀ କଲୋନି, କେଦାର ଗୌରୀ ବିହାର, ରାଧାକୃଷ୍ଣ ନଗର ପ୍ରଭୃତି ଅଞ୍ଚଳର ପେଭର ବ୍ଲକ ରାସ୍ତା, ଡ୍ରେନ ସହ କଭର୍ ସ୍ଲାବ କାର୍ଯ୍ୟ ଅନ୍ତର୍ଭୁକ୍ତ। ସେହିପରି ପାଣ୍ଡବ ନଗର ଠାରେ ୱାଟ୍କୋ ଦ୍ବାରା ୭ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏକ ଭୂତଳ ଜଳ ଭଣ୍ଡାରର ଶ୍ରୀ ପଣ୍ଡା ଶିଳାନ୍ୟାସ କରିଥିଲେ। ଏହି ସବୁ କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ପ୍ରତାପ ଜେନା, ଅବନିକାନ୍ତ ପାଟ୍ଟଶାଣୀ, ବନ୍ଦନା ସାହୁ, ପୁଷ୍ପା ଦାସ, ଅଶୋକ ସିଂହ, କିଶୋର ମହାନ୍ତି, ଯତୀନ୍ଦ୍ର ମୋହନ ଛୋଟରାୟ, ସନ୍ତୋଷ ସିଂହ, ନିମାଇଁ ଚରଣ କାନୁନଗୋ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଅଜିତ ସାହୁ, ଶରତ ଚନ୍ଦ୍ର ମହାନ୍ତି, ପ୍ରସନ୍ନ କୁମାର ସାହୁ, ପ୍ରତାପ ଲେଙ୍କା, ଅଜିତ ବେହେରା, ସନ୍ତୋଷ ବେଜ୍, କୃଷ୍ଣ ଜେନା, ବୁଢ଼ା ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।
ଏକାମ୍ରରେ ୧.୮ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ
/sambad/media/post_attachments/wp-content/uploads/2021/10/654654h65ffssssss.jpg)