ଭୁବନେଶ୍ବର: ସମସ୍ତ ରାଜନୈତିକ ଦଳ ଓ ରାଜନେତା ସବୁବେଳେ ଗଣମାଧ୍ୟମକୁ ନିଜର ଅକ୍ତିଆରରେ ରଖିବାକୁ ଚାହାନ୍ତି। ପୂର୍ବରୁ ମିଡିଆର ରାଜନୀତିକରଣ ହେଉଥିବା ବେଳେ ଏବେ ରାଜନୀତିର ମିଡିଆକରଣ କରାଯାଉଛି ବୋଲି କହିଛନ୍ତି ଏଡିଆରର ଟ୍ରଷ୍ଟି ବିପୁଲ ମୁଦଗଲ। ଆଜି ଓଡ଼ିଶା ଇଲେକସନ ୱାଚ୍, ଏଡିଆର ଓ ପିକକ୍ର ମିଳିତ ଉଦ୍ୟମରେ ହୋଟେଲ କଳିଙ୍ଗ ଅଶୋକରେ ‘ମୁକ୍ତ, ଅବାଧ ନିର୍ବାଚନ ଓ ଚତୁର୍ଥ ସ୍ତମ୍ଭ’ ଶୀର୍ଷକ ଗଣମାଧ୍ୟମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ମୁଖ୍ୟ ଶାସନ ସଚିବ ଓ ଓଇଡବ୍ଲୁର କୋର ସଦସ୍ୟ ସହଦେବ ସାହୁଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ ଶ୍ରୀ ମୁଦଗଲ କହିଲେ, ରାଜନୈତିକ ଦଳମାନେ ଏବେ ଲୋକଙ୍କ ପାଖକୁ ନ ଯାଇ ଗଣମାଧ୍ୟମ ପାଖକୁ ଯିବାକୁ ପସନ୍ଦ କରୁଛନ୍ତି। ରାସ୍ତା ବଦଳରେ ଟିଭି ଷ୍ଟୁଡିଓରେ ରାଜନୀତି ହେଉଛି। ଡିଜିଟାଲରେ ଆସୁଥିବା ଖବରକୁ ମଧ୍ୟ ପ୍ରଭାବିତ କରାଯାଇପାରିବ। ଏଭଳି ଏକ ସମ୍ବେଦନଶୀଳ ସମୟରେ ଗଣମାଧ୍ୟମକୁ ଅଲଗା ଢଙ୍ଗରେ କାର୍ଯ୍ୟ କରିବାକୁ ପଡ଼ିବ। ପେଡ୍ ନ୍ୟୁଜ୍, ଫେକ୍ ନ୍ୟୁଜ୍ ଓ ହେଟ୍ ସ୍ପିଚ୍ର ରାଜନୀତି ସହିତ ସିଧାସଳଖ ସଂପର୍କ ରହିଛି। ପେଡ୍ ନ୍ୟୁଜ୍ ଜରିଆରେ ଜଣେ ରାଜନେତା ନିଜର ସମ୍ମାନ ବଢ଼ାଇବ ଓ ଆବଶ୍ୟକ ପଡ଼ିଲେ ବିପକ୍ଷ ଦଳକୁ ମଧ୍ୟ ବଦନାମ କରିପାରିବ। ଫେକ୍ ନ୍ୟୁଜ୍ ମଧ୍ୟ ଏକ ଗୁରୁତର ପ୍ରସଙ୍ଗ। ତେବେ ହେଟ୍ ସ୍ପିଚ୍ ସବୁଠାରୁ ବିପଜ୍ଜନକ। ନିର୍ବାଚନ ସମୟରେ ଏହା କର୍କଟ ରୋଗ ପାଲଟି ଯାଇଥାଏ। ସମସ୍ତ ରାଜନୈତିକ ଦଳ ଏଥିରେ ସଂପୃକ୍ତ ରହୁଛନ୍ତି। ଯାହାକି ଗଣତନ୍ତ୍ର ପାଇଁ ବିପଦ ବୋଲି ଶ୍ରୀ ମୁଦଗଲ କହିଥିଲେ। ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ରଘୁରାମ ଆୟାର କହିଲେ, ଭୋଟର ତାଲିକାରେ ଭୋଟରଙ୍କ ନାଁ ସାମିଲ ଅଛି କି ନାହିଁ ଓ ବିନା ପ୍ରଲୋଭନରେ ଭୋଟ ଦେବା ପାଇଁ ଲୋକମାନଙ୍କୁ ସଚେତନ କରାଇବା ହେଉଛି ଗଣମାଧ୍ୟମର ମୁଖ୍ୟ ଦାୟିତ୍ବ। ପ୍ରତିବର୍ଷ ସେପ୍ଟେମ୍ବର ଓ ଅକ୍ଟୋବରରେ ଭୋଟର୍ ତାଲିକା ସଂଶୋଧନ କରାଯାଉଛି ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୂରଦର୍ଶନର ପୂର୍ବତନ ନିର୍ଦେଶକ ବୈକୁଣ୍ଠନାଥ ପାଣିଗ୍ରାହୀ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଓଡ଼ିଶା ଇଲେକସନ୍ ୱାଚର ସଂଯୋଜକ ରଂଜନ କୁମାର ମହାନ୍ତି କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ମତବ୍ୟକ୍ତ କରିଥିବା ବେଳେ ସଦସ୍ୟ ସେବା ମହାପାତ୍ର ଧନ୍ୟବାଦ ଦେଇଥିଲେ। ପରବର୍ତୀ ସମୟରେ ବିଭିନ୍ନ ପ୍ୟାନେଲ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।
ଏବେ ରାଜନୀତିର ମିଡିଆକରଣ ଚାଲିଛି ‘ମୁକ୍ତ, ଅବାଧ ନିର୍ବାଚନ ଓ ଚତୁର୍ଥ ସ୍ତମ୍ଭ’ ଶୀର୍ଷକ ଗଣମାଧ୍ୟମ କର୍ମଶାଳା
/sambad/media/post_attachments/wp-content/uploads/2018/10/m1-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)