ଭୁବନେଶ୍ବର : ପୁଣି ସାଇବର ଠକଙ୍କ କାରନାମା ପଦାକୁ ଆସିଛି। ଓଲା ଡିଲରସିପ୍ ନାଁରେ ଜଣେ ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଛନ୍ତି। ଏ ନେଇ ଠକେଇର ଶିକାର ଯୁବକ ସାଇବର ଥାନାର ଦ୍ବାରସ୍ଥ ହେବା ସହ ଲିଖିତ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଯୁବକ ଓଲା ଡିଲରସିପ୍ ନେବା ପାଇଁ ଅନଲାଇନରେ ସର୍ଚ୍ଚ କରୁଥିଲେ। ତାଙ୍କୁ ଯେଉଁ ନମ୍ବର ମିଳିଥିଲା ସେଥିରେ ସେ ଯୋଗାଯୋଗ କରିଥିଲେ। ଏହା ପରେ ତାଙ୍କ ପାଖକୁ ଓଲା ନାଁରେ ମେଲ୍ ଆସିଥିଲା। ରେଜିଷ୍ଟ୍ରସନ, ପ୍ରୋସେସିଂ ଆଦି ଫି ନାଁରେ ସାଇବର ଅପରାଧୀ ଲକ୍ଷାଧିକ ଟଙ୍କା ନେଇଥିଲେ। କିନ୍ତୁ ତାଙ୍କୁ ଡିଲରସିପ୍ କାଗଜପତ୍ର କିମ୍ବା ଗାଡ଼ି ମିଳି ନ ଥିଲା। ଏ ନେଇ ସେ ଯାଞ୍ଚ କରିବା ପରେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ।
ଓଲା ଡିଲରସିପ୍ ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ଯୁବକଙ୍କୁ ଲୁଟିଲେ ସାଇବର ଠକ
/sambad/media/post_attachments/wp-content/uploads/2021/11/cybercrime.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)