ଖଣ୍ଡଗିରି: କିଛି ଦିନର ନିରବତା ପରେ ପୁଣି ସ୍ଥାନୀୟ ଅଞ୍ଚଳରେ ଲୁଟେରାମାନଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ବରବାରିରେ ଜଣେ ମହିଳାଙ୍କ ଘରେ ପଶି ଲୁଟ୍ କରିବା ସହ ଦୁଷ୍କର୍ମ ଉଦ୍ୟମ କରିବା ଘଟଣା ଉପରୁ ପୁଲିସ ପରଦା ହଟାଇ ପାରିନାହିଁ। କିନ୍ତୁ ସେହି ଦିନଠାରୁ ଏଠାରେ ଲଗାତାର ଚାଲିଛି ଲୁଟ୍ ଓ ଛିନ୍ତାଇ। ରବିବାର ଦୁର୍ବୃତ୍ତମାନେ ଜଣେ କାର୍ ଚାଳକଙ୍କୁ ଅପହରଣ କରି କାର୍ ଲୁଟି ନେଇଥିବାବେଳେ ସୋମବାର ଦୁଇଟି ଚେନ୍ ଛିନ୍ତାଇ ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନାନୁସାରେ ଗତକାଲି କଟକର ଏକ ଦମ୍ପତି ରାତି ପ୍ରାୟ ୧୦ଟା ବେଳେ ଆମ୍ରି ହସ୍ପିଟାଲରେ ଚିକିତ୍ସାଧୀନ ଥିବା ତାଙ୍କ ସମ୍ପର୍କୀୟଙ୍କୁ ଦେଖିବା ପାଇଁ ଆସିଥିଲେ। ସେମାନେ ହସ୍ପିଟାଲଠାରୁ କିଛି ଦୂରରେ ପହଞ୍ଚିଥିବା ବେଳେ ପଲସର୍ରେ ଦୁଇଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇ ଫେରାର୍ ହୋଇ ଯାଇଥିଲେ। ସେହିଭଳି ଅପରାହ୍ଣ ପ୍ରାୟ ୫ଟାବେଳେ ଭରତପୁରର ଜିଏ କଲୋନିରେ ରହୁଥିବା ଜଣେ ରେଳବାଇ କର୍ମଚାରୀ ତାଙ୍କ ସ୍ତ୍ରୀଙ୍କ ସହ ବାଇକ୍ରେ କଳିଙ୍ଗ ଷ୍ଟୁଡିଓ ଛକ ଦିଗରେ ଯାଉଥିଲେ। ସେମାନେ ଜଗନ୍ନାଥ ବିହାର ଛକ ପାର ହେଉଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ବାଇକ୍ରେ ଆସି ମହିଳାଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଇଥିଲେ।
ଖଣ୍ଡଗିରିରେ ବଢ଼ୁଛି ଲୁଟେରାଙ୍କ ଆତଙ୍କ
/sambad/media/post_attachments/wp-content/uploads/2019/05/loot-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)