ଭୁବନେଶ୍ୱର: ‘ଇଟିକିଲି ମିଟିକିଲି’ ଆନୁକୂଲ୍ୟରେ ଆୟୋଜିତ ‘୧୫୦ ବର୍ଷରେ ମହାତ୍ମା’ ଶୀର୍ଷକ ଦୁଇ ଦିନିଆ ଚିତ୍ରକଳା ପ୍ରଦର୍ଶନୀ ଆଜି ଉଦ୍ଯାପିତ ହୋଇଯାଇଛି। ଜୟଦେବ ଭବନଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଶେଷ ସନ୍ଧ୍ୟାରେ ଗାନ୍ଧୀ ଶୀର୍ଷକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ଜଣାଶୁଣା ୧୫ଜଣ ଶିଶୁ-ସାହିତ୍ୟିକ ଓ ୧୫ଜଣ କୁନି ପିଲା ଯୋଗ ଦେଇ କବିତା ପାଠ କରିଥିଲେ। ଶିଶୁ-ସାହିତ୍ୟିକମାନେ ନିଜସ୍ୱ କବିତା ପାଠ କରିଥିବା ବେଳେ ପିଲାମାନେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ପଣ୍ଡିତ ଗୋପବନ୍ଧୁ ଦାସ, ଗୋଦାବରୀଶ ମହାପାତ୍ର, ମାୟାଧର ମାନସିଂହ, ଜାତୀୟ କବି ବୀରକିଶୋର ଦାସ ପ୍ରମୁଖଙ୍କ କବିତା ଆବୃତ୍ତି କରିଥିଲେ। ଏଥିସହ ଶିଶୁ କଣ୍ଠଶିଳ୍ପୀ ଶାରଦା ପ୍ରସାଦ ରାଉତ, ତନୁଶ୍ରୀ ଜେନା, ଯୁବରାଜ ପଣ୍ଡା, ସିଦ୍ଧିତ୍ସ୍ନା ବିନ୍ଧାଣୀ ଓ ପୟୋଜ ଦାଶ ପ୍ରମୁଖ ଗାନ୍ଧୀଙ୍କ ପ୍ରିୟ ଭଜନ ଓ ସଂଗୀତ ପରିବେଷଣ କରିଥିଲେ। କବିତା ପାଠୋତ୍ସବରେ ଅନୁଷ୍ଠାନର ସଭାପତି ଦାଶ ବେନହୁର ପୌରୋହିତ୍ୟ କରିଥିବା ବେଳେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ ନାୟକ, ଗୁରୁ ରାମହରି ଦାସ ଓ ବିଜେବି କଲେଜର ପୂର୍ବତନ ଅଧ୍ୟକ୍ଷ ନରେନ୍ଦ୍ର ପ୍ରସାଦ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କବିତା ପାଠୋତ୍ସବ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଚିବ ଶରତ କୁମାର ନାୟକ ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ସଂଯୋଜକ ଚିତ୍ତ ମହାପାତ୍ର ସୂଚନା ଦେଇଥିଲେ। କବିତା ଆବୃତ୍ତି କାର୍ଯ୍ୟକ୍ରମ ପରିଚାଳନାରେ ସହ-ସଚିବ ଜୟପ୍ରକାଶ ମିଶ୍ର, ସାଂସ୍କୃତିକ ସଂପାଦିକା ଅନିତା ରଥ ଓ ସଂଗଠନ ସଂପାଦକ ପ୍ରିୟଦର୍ଶୀ ଶୁଭକାନ୍ତ ପ୍ରମୁଖ ସହଯୋଗ କରିଥିଲେ।
‘ଗାନ୍ଧୀ ଶୀର୍ଷକ କବିତା ପାଠୋତ୍ସବ’
/sambad/media/post_attachments/wp-content/uploads/2019/11/fh564f9h84sf89h74sf89h74sf89h74sfs56f4hsf56h4sf56h4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)