ଭୁବନେଶ୍ବର: ୟୁନିଟ୍-୩ ସ୍ଥିତ ପଣ୍ଡା ଇନ୍ଫ୍ରା ନାମକ ଏକ ଘରୋଇ ସଂସ୍ଥାରୁ ଚୋରି ମାମଲାରେ ଖାରବେଳନଗର ଥାନା ପୁଲିସ ଆଜି ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ସେଖ୍ ମତୁଅଲ୍ଲା(୨୭) ଓ ସେକ୍ ମୈଦୁଲ୍(୨୮)। ଏହି ଘଟଣାରେ ଗତକାଲି ପୁଲିସ ସଂସ୍ଥାର ଜଣେ ସିକ୍ୟୁରିଟି ଗାର୍ଡ ତୁଷାର ରଂଜନ ଦାସ(୩୫) ଓ ଶ୍ରମିକ ସୁଶାନ୍ତ ବେହେରା(୩୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପୁଲିସ ସୂଚନା ମୁତାବକ, କିଛି ମାସ ହେବ ସିକ୍ୟୁରିଟି ଗାର୍ଡ ରଂଜନ ଓ ସୁଶାନ୍ତ ବିଭିନ୍ନ ସମୟରେ ସଂସ୍ଥାରୁ ପାଣିଟ୍ୟାପ୍, କବାଟ, ଲୁହା, ଆଲୁମିନିୟମ ଚ୍ୟାନେଲ୍ ନେଇ ବାହାରେ ବିକ୍ରି କରୁଥିଲେ। ଶନିବାର ସନ୍ଧ୍ୟାରେ ଚୋରି କରିବା ବେଳେ ଉଭୟେ ଧରାପଡ଼ି ଗିରଫ ହୋଇଥିଲେ। ପଚରାଉଚରା ବେଳେ ସେମାନେ ଚୋରି ଜିନିଷ ସେଖ୍ ମତୁଅଲ୍ଲା ଓ ସେକ୍ ମୈଦୁଲଙ୍କ କବାଡ଼ି ଦୋକାନରେ ବିକ୍ରି କରୁଥିବା ମାନିଥିଲେ।
ଘରୋଇ ସଂସ୍ଥାରୁ ଚୋରି ମାମଲା, ଆଉ ଦୁଇ ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2019/07/arrest-6.jpg)