ଭୁବନେଶ୍ବର: ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର ବାର୍ଷିକ ଅଧିବେଶନ ଆଜି ମହିମା ଜ୍ଞାନ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ‘ଅଳକାନନ୍ଦା’ର ସମ୍ପାଦକ ସାହିତ୍ୟିକ ବାଞ୍ଛାନିଧି ଦାଶଙ୍କୁ କବି ବଜେନ୍ଦ୍ର ଦତ୍ତ ସ୍ମୃତି ସମ୍ମାନ ଏବଂ ଅନ୍ୟ ପ୍ରତିଭାମାନଙ୍କୁ ଉତ୍ତରୀୟ, ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସଂସଦର ମୁଖପତ୍ର ‘ଚିହ୍ନ-୩୦’ ସହ ଅମ୍ବିକା ସ୍ବାଇଁଙ୍କ ‘ଅର୍ଘ୍ୟ ଅର୍ପଣ’, ହୃଦ୍ୟତାଙ୍କର ‘ସ୍ବପ୍ନ ମାଗେ ସମର୍ପଣ’, ମନୋରମା ମିଶ୍ରଙ୍କ ‘ବୋଉ କଲମରୁ’, ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକଙ୍କ ‘ମାନବତାର ମହକ’ ଲୋକାର୍ପିତ ହୋଇଥିଲା। ପୂର୍ବାହ୍ନ ୯ଟାରେ କବି ବିଜୟଲକ୍ଷ୍ମୀ ମହାନ୍ତିଙ୍କ ସଭାପତିତ୍ବରେ କବିତା ପାଠେତ୍ସବ ଅନୁଷ୍ଠିତ ହୋଇଥିଲା। ଏହାକୁ ସଂଯୋଜନା କରିଥିଲେ ସୌଦାମିନୀ ବେହେରା ଏବଂ ପ୍ରବୀଣା ପରିଡ଼ା। ପୂର୍ବାହ୍ନ ୧୧ଟାରେ ଡ. ଦିଗରାଜ ବ୍ରହ୍ମାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବାର୍ଷିକ ଅଧିବେଶନରେ ସ୍ବାଗତ ଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିଲେ ବସନ୍ତ ମାଝି। ଅଧିବେଶନରେ ‘ସାହିତ୍ୟରେ ସାମାଜିକ ପ୍ରତିବଦ୍ଧତା’ ଶୀର୍ଷକ ଆଲୋଚନାରେ ଡ. ସଂଘମିତ୍ରା ମିଶ୍ର ମୁଖ୍ୟଅତିଥି, ଡ. ଅଭୟ କୁମାର ନାୟକ ସମ୍ମାନିତ ଅତିଥି, ଅଧ୍ୟାପିକା ନିରୁପମା ଆଚାର୍ଯ୍ୟଏବଂ ଡ. ପ୍ରଫୁଲ୍ଲ କୁମାର ଚାଉଳିଆ ଅନ୍ୟତମ ଅତିଥି ଭାବେ ଯୋଗଦେଇ ସାରଗର୍ଭକ ଭାଷଣ ଦେଇଥିଲେ। କବି ରଶ୍ମି ଦାସ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଗାଳ୍ପିକା ସୌମ୍ୟା ପଣ୍ଡା।
ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର ବାର୍ଷିକ ଅଧିବେଶନ
ବାଞ୍ଛାନିଧି ଦାସଙ୍କୁ କବି ବଜେନ୍ଦ୍ର ଦତ୍ତ ସ୍ମୃତି ସମ୍ମାନ
/sambad/media/post_attachments/wp-content/uploads/2019/06/Untitled-23-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)