ଭୁବନେଶ୍ୱର: ପୁରୁଷ ହକି ୱାର୍ଲ୍ଡକପ୍ ସମୟରେ ଭୁବନେଶ୍ୱରରେ ପାର୍ବଣର ଏକ ପର୍ବ ସୃଷ୍ଟି କରିବା ପାଇଁ ଡଟ୍ ଫେଷ୍ଟର ୨ୟ ସଂସ୍କରଣ ଆସନ୍ତା ଜାନୁଆରୀ ୧୫ରୁ ୨୯ ତାରିଖ ୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ତର୍ଗତ ଡଟ୍ ଫେଷ୍ଟରେ ଦି ନାଇଟ୍ ବାଜାର୍/ଫ୍ଲି ମାର୍କେଟର ଆୟୋଜନ ମଧ୍ୟ କରିବ ଯାହା ଭୁବନେଶ୍ୱରର ଶୀତ ରାତିକୁ ଆହୁରି ଉଷୁମ କରିବ । ଏହା ଆଂଚଳିକ କଳାକାର, ଷ୍ଟାର୍ଟଅପ୍, ପର୍ଫର୍ମର୍, ମେକର୍ ଓ କ୍ରିଏଟରଙ୍କ ପାଇଁ ଏକ ଉଲ୍ଲେଖନୀୟ ମଂଚ ପ୍ରଦାନ କରିବ । ଏହି ଫ୍ଲି ମାର୍କେଟରେ ୧୨୦ରୁ ଅଧିକ ଘରୋଇ ବ୍ରାଣ୍ଡ୍ ପ୍ରଦର୍ଶିତ ହେବ । ଡ଼ଟ୍ ଫେଷ୍ଟ ପକ୍ଷରୁ ଆହୁରି ମଧ୍ୟ ନାଇଟ୍ ଫ୍ଲି ମାର୍କେଟର ଅଂଶ ସୁରୂପ ଅନେକ ସଂଗୀତ ସଂଧ୍ୟାର ଆୟୋଜନ କରାଯିବ । ଉତ୍କଳିକା ପକ୍ଷରୁ ବିଭିନ୍ନ ପ୍ରକାର ଷ୍ଟଲ ମାଧ୍ୟମରେ ଓଡ଼ିଶାର ହସ୍ତତନ୍ତ ଏବଂ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ପରିଚାଳିତ କରାଯିବ ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp