ଭୁବନେଶ୍ବର: କ୍ଲବ ଭିତରକୁ ନିଶାଡ଼ିଙ୍କୁ ବିରୋଧ କରିବାରୁ ଭରତପୁରର ଜଣେ ନାବାଳକଙ୍କ ଜୀବନ ଯାଇଛି। ଗତ ୨ତାରିଖରେ ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଥିବା ନାବାଳକ ଭରତପୁରର ବାଦଲ ପାଢ଼ୀଙ୍କର ଗତକାଲି ମୃତ୍ୟୁ ଘଟିବା ପରେ ସମଗ୍ର ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଗତକାଲି ରାତି ଅଧରେ କେତେକ ଏକ ଦୋକାନରେ ନିଆଁ ଲଗାଇଦେବା ସହ ମେଡିକାଲ ଓ ଥାନାରେ ହଙ୍ଗାମା କରିଥିଲେ। ରାତି ଅଧରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ସମଗ୍ର ଅଞ୍ଚଳରେ ରାତି ତମାମ୍ ଉତ୍ତେଜନା ଲାଗି ରହିଥିଲା। ରାତି ସାରା ପୁଲିସ ବିଭିନ୍ନ ଜାଗାରେ ଚଢ଼ଉ କରିବା ସହ ବିଳମ୍ବିତ ରାତିରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି ସେହି ଭରତପୁରର ଶିବ ଦାସ ଓ ରଞ୍ଜନ ଦାସଙ୍କ ସମେତ ତାଙ୍କ ଦୁଇ ସହଯୋଗୀ। ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ଏଥିରେ ଆଉ କେତେକ ସାମିଲ ଅଛନ୍ତି। ସେମାନଙ୍କୁ ଖୋଜା ଚାଲିଛି ବୋଲି ପୁଲିସ କହିଛି।
ଅନ୍ୟପଟେ, ଆକ୍ରମଣର ୬ ଦିନ ପରେ ନାବାଳକଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ଖଣ୍ଡଗିରି ଥାନା ପୁଲିସ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା? ମାମଲା ରୁଜୁ କରି କାହିଁକି ବସି ଯାଇଥିଲା? ମୃତ୍ୟୁ ଘଟିବାର ଅଢ଼େଇ ଘଣ୍ଟା ପରେ ପୁଲିସ ୪ ଅଭିଯୁକ୍ତଙ୍କୁ କିଭଳି ବାନ୍ଧି ପକାଇଲା ବୋଲି ପ୍ରଶ୍ନ କରିଛନ୍ତି ବାଦଲଙ୍କ ମା’। ପୁଲିସ ଅଭିଯୁକ୍ତମାନଙ୍କୁ ସହଯୋଗ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ଘଟଣା ପରେ କାର୍ଯ୍ୟରେ ଯୋଗ ଦେଇଥିବା ନବନିଯୁକ୍ତ ଇନ୍ସ୍ପେକ୍ଟର ପଦ୍ମନାଭ ପ୍ରଧାନ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/handcuffs-arrest.jpg)